ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କଳାଧନ କମିଛି ବୋଲି ଦାବି କରୁଥିବା ମୋଦି ସରକାରଙ୍କ ପାଇଁ ଝଟକା ଦେବା ଭଳି ଖବର। ସୁଇସ ନାସନାଲ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଏହି ବ୍ୟାଙ୍କରେ ଭାରତର ଲୋକଙ୍କ ଜମା ଗତ କିଛି ଦିନ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଭାରତୀୟଙ୍କ ଦ୍ୱାରା ସିଧା ସଳଖ ଆକାଉଣ୍ଟରେ ଜମା ପରିମାଣ ୯୯.୯ କୋଟି ସୁଇସ ଫ୍ରାଙ୍କ ଯାହାର ମୂଲ୍ୟ ୬୯୦୦ କୋଟି ଟଙ୍କା।

ଅନ୍ୟ ମାନଙ୍କ ଜରିଆରେ ଜମା କରାଯାଇଥିବା ଟଙ୍କା ମଧ୍ୟ ପ୍ରାୟ ୧୧୦ କୋଟି। ତାଜା ତଥ୍ୟ ଅନୁସାରେ ସୁଇଜରଲାଣ୍ଡର ବ୍ୟାଙ୍କରେ ବିଦେଶୀ ଗ୍ରାହକ ୧୪୬୦ କୋଟି ସୁଇସ ଫ୍ରାଙ୍କ ରଖିଛନ୍ତି ଯାହାର ମୂଲ୍ୟ ୧୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ।

କଳାଧନ ବିରୋଧରେ ଅଭିଯାନ ସତ୍ତ୍ୱେ ସୁଇସ ବ୍ୟାଙ୍କରେ ଭାରତର ଲୋକେ ଟଙ୍କା ରଖୁଥିବା ଚିନ୍ତାଜନକ ବିଷୟ ହୋଇଛି। ସୁଇସ ବ୍ୟାଙ୍କରେ ଲୋକେ ଟଙ୍କା ରଖିବାକୁ ଏଥିପାଇଁ ଚାହିଁଥାନ୍ତି ଯେ ଜମାକାରୀଙ୍କ ସମ୍ପର୍କରେ ସୂଚନାକୁ ଏଠି ଗୋପନୀୟ ରଖାଯାଇଥାଏ।

୨୦୧୬ ମସିହାରେ ବିମୁଦ୍ରାକରଣ ପରେ ପରେ ସୁଇସ ବ୍ୟାଙ୍କରେ ଜମା ଅର୍ଥର ପରିମାଣ କମି ଯାଇଥିଲା। କିନ୍ତୁ ଏବେ ତାହା ପୁଣି ବୃଦ୍ଧି ପାଇଛି।

Comment