ଓଡ଼ିଶାଲାଇଭ୍‌ ବ୍ୟୁରୋ

ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଦିଲ୍ଲୀର ଏକ କୋର୍ଟ ଗୁରୁବାର ଆଗୁଆ ଜାମିନ ପ୍ରଦାନ କରିଛନ୍ତି।

ପତ୍ନୀ ସୁନନ୍ଦା ପୁଷ୍କରଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଗୁରୁବାର ଦିନ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି।

ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ୍‌ ବଦଳରେ ବିଶେଷ ନ୍ୟାୟମୂର୍ତ୍ତି ଅରବିନ୍ଦ କୁମାର ଏହି ଜାମିନ ମଞ୍ଜୁର କରିଛନ୍ତି।

ପୂର୍ବରୁ କୋର୍ଟଙ୍କ ବିନା ଅନୁମତିରେ କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କୁ ଦେଶ ଛାଡିବାକୁ ମନା କରାଯାଇଥିବା ବେଳେ ମାମଲା ସହ ସମ୍ପୃକ୍ତ କୌଣସି ତଥ୍ୟ ଯେପରି ପଦାରେ ନ ପଡ଼େ ତାହା ମଧ୍ୟ ସତର୍କ କରାଯାଇଥିଲା।

ଥରୁର୍‍ ଦେଶ ଛାଡି ଚାଲିଯିବାର ଆଶଙ୍କା କରି ଦିଲ୍ଲୀ ପୁଲିସ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଏହି ମାମଲାରେ ଥରୁର୍‍ ଏକମାତ୍ର ଅଭିଯୁକ୍ତ ଥିବା ବେଳେ ବୈବାହିକ କ୍ରୂରତା ଏବଂ ଆତ୍ମହତ୍ୟା ପାଇଁ ସୁନନ୍ଦାଙ୍କୁ ବାଧ୍ୟ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି। କାହାରିକୁ ଗିରଫ ନ କରି ପୁଲିସ ଅଭିଯୋଗ ଫର୍ଦ ଦାଖଲ କରିଥିବାରୁ ଥରୁର୍‍ ଯେକୌଣସି ମୁହୂର୍ତ୍ତରେ ଗିରଫ ହେବା ଆଶଙ୍କା କରି ଅନ୍ତରୀଣ ସୁରକ୍ଷା ପାଇଁ ମଙ୍ଗଳବାର ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲେ।

Comment