ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ଶ୍ରେଷ୍ଠ ୫୦ଟି ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଲା ଭୁବନେଶ୍ୱର। ସିଙ୍ଗାପୁରର ଇଡେନ ଷ୍ଟ୍ରାଟର୍ଜି ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ସର୍ଭେରେ ସ୍ମାର୍ଟସିଟି ଭୁବନେଶ୍ୱର ୩୨ତମ ସ୍ଥାନରେ ରହିଛି। ୧୦ଟି ମାନଦଣ୍ଡକୁ ବିଚାରକୁ ନିଆଯାଇ ଏହି ସର୍ଭେ କରାଯାଇଛି।

ଏହି ମାନଦଣ୍ଡଗୁଡ଼ିକ ହେଲା ବଜେଟ ବ୍ୟୟବରାଦ, ଦୂରଦୃଷ୍ଟି ସମ୍ପନ୍ନ ଯୋଜନା, ସ୍ମାର୍ଟ ଯୋଜନା, ନେତୃତ୍ୱ, ଜନକୈନ୍ଦ୍ରୀକ ଯୋଜନା ରହିଛି।

ସ୍ମାର୍ଟସିଟି ତାଲିକାରେ ଲଣ୍ଡନ ୧ ନମ୍ବର ସ୍ଥାନରେ ରହିଛି। ଦୁବାଇ ୪୦, ପ୍ୟାରିସ୍ ୪୬, ଦିଲ୍ଲୀ ୨୩, ସୁରତ ୨୭ତମ ସ୍ଥାନରେ ରହିଛି। ଜୟପୁର ୩୪ ଏବଂ ପୁନେ ୩୬ତମ ସ୍ଥାନରେ ରହିଛି। ଏହି ସଫଳତା ପରେ ମେୟର ଅନନ୍ତ ନାରାୟଣ ଜେନା ଟିମ୍ ଭୁବନେଶ୍ୱରକୁ ଅଭିନନ୍ଦନ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here