ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କୁ ଭେଟିବାକୁ ଯିବେ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

ସେ ସେଠାରେ ଏମ୍ସ ଅଧିକାରୀଙ୍କ ସହ ଆଲୋଚନା କରିବେ। ଜଗା-କାଳିଆଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ଜଣାପଡ଼ିବା ପରେ ଦୁହିଁଙ୍କୁ ଏମ୍ସରୁ ଡିସ୍‌ଚାର୍ଜ କରାଯିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ।

ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ। ମନ୍ତ୍ରୀଙ୍କ ସହ ୫ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ମାସ ୭ ତାରିଖରେ ଏମ୍‌ସ କର୍ତ୍ତୃପକ୍ଷଙ୍କ ତରଫରୁ ଜଗା ବଳିଆଙ୍କ ସ୍ବାସ୍ଥାବସ୍ଥାକୁ ନେଇ ଏକ ଫଟୋ ପ୍ରକାଶ ପାଇଥିଲା।

ଆସନ୍ତା ୨ରୁ ୩ ଦିନ ଭିତରେ ଜଗା-କାଳିଆ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ ବୋଲି ଜଗା-କାଳିଆଙ୍କ ବାପା ଭୂଇଁଆ କହଁର ଦୁଇଦିନ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଜଗା ଅପେକ୍ଷା କାଳିଆର ସ୍ୱାସ୍ଥ୍ୟରେ ଧିରେଧିରେ ଉନ୍ନତି ପରିଲକ୍ଷିତ ହେଉଛି। କାଳିଆର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ହେବା ପାଇଁ ଆହୁରି ୬ ମାସ ଲାଗିବ ବୋଲି ଏମ୍‌ସ ତରଫରୁ ସୂଚନା ମିଳିଛି।

କନ୍ଧମାଳ ଜିଲ୍ଲା ମିଲିପଡ଼ାର ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ୨୦୧୭ ଜୁଲାଇ ୧୪ରେ ଉଭୟଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

ଗତ ଅକ୍ଟୋବର ମାସରେ ୭୦ ଘଣ୍ଟାର ଅପରେସନ ପରେ ଉଭୟ ଶିଶୁଙ୍କୁ ଅଲଗା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସହାୟତାର ହାତ ବଢ଼ାଇଥିଲେ।

Comment