ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ। ମା’ଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କଲା ଦେବୋତ୍ତର ବିଭାଗ।

କଟକ ଜିଲ୍ଲା ନରସିଂହପୁର ସ୍ଥିତ ବଡ଼ମ୍ବାରେ ଥିବା ଦେବୀ ଭଟ୍ଟାରିକାଙ୍କ ମନ୍ଦିର ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ସୋମବାର ଦିନ ଠାକୁରାଣୀଙ୍କ ଚଳନ୍ତି ପ୍ରତିମାଙ୍କୁ ସ୍ଥାନାନ୍ତର କରିଛନ୍ତି ଦେବୋତ୍ତର ବିଭାଗ।

ଗତ ଦୁଇ ଦିନ ହେବ ଲଘୁଚାପଜନିତ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆସିଥିଲା। ମହାନଦୀ କୂଳରେ ଅବସ୍ଥିତ ଭଟ୍ଟାରିକା ମନ୍ଦିର ଜଳ ପ୍ରବେଶ କରିଥିଲା। ବନ୍ୟାଜଳ ଦେବୀଙ୍କ ଆସ୍ଥାନ ଯାଏଁ ପାଣି ମାଡ଼ିଯାଇଥିଲା। ମନ୍ଦିର ପାଣି ଘେରରେ ରହିଥିବା କାରଣରୁ ଦେବୀଙ୍କ ପୂଜାର୍ଚ୍ଚନା ମଧ୍ୟ ବନ୍ଦ ରହିଛି।

ମନ୍ଦିର ଚର୍ତୁପାର୍ଶ୍ୱରେ ବେଢ଼ା ପାଚେରୀ ନ ଥିବାରୁ ପ୍ରତି ବର୍ଷ ମହାନଦୀରେ ବନ୍ୟା ଆସିଲେ ମନ୍ଦିର ମଧ୍ୟକୁ ଜଳ ପ୍ରବେଶ କରେ ବୋଲଇ ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି।

ଗତ ୪ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମହାନୀଦରେ ବନ୍ୟାସ୍ଥିତି ଦେଖା ଦେଇଛି।

Comment