ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରେ ଚାଲିଛି ସାଧାରଣ ନିର୍ବାଚନ। ଏନେଇ ଆଜି ବିଭିନ୍ନ ବୁଥ୍‌ରେ ଭୋଟିଂ ଚାଲିଥିଲା। ଭୋଟରମାନେ ଧାଡ଼ିରେ ଭୋଟ ଦେଉଥିଲେ। ଏହି ସମୟରେ ବଲୁଚିସ୍ତାନର କବେଟା ନିକଟସ୍ଥ ଏକ ପୋଲିଂ ବୁଥ୍‌ ଆଗରେ ଜଣେ ଲୋକ ଆତ୍ମଘାତି ବିସ୍ଫୋରଣ କରିଥିଲେ। ଫଳରେ ୩୧ ଜଣକର ପ୍ରାଣହାନି ଘଟିଛି। ୩୦ ଲୋକ ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୋଲିସ କର୍ମୀ ସମେତ ୩ ଜଣ ଶିଶୁ ମଧ୍ୟ ଅଛନ୍ତି।

ପାକିସ୍ତାନ ସମୟ ଅନୁସାରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ। ୨୭୨ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ପ୍ରାୟ ୧୦୦ ରାଜନୈତିକ ଦଳ ଭାଗ ନେଇଛନ୍ତି। ତେବେ ନୱାଜ ସରିଫ୍, ଇମ୍ରାନ୍ ଖାନ୍‌ ଏବଂ ବିଲାବଲ ଭୁଟ୍ଟୋଙ୍କ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

Comment