ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସଦର ଥାନା ଅନ୍ତର୍ଗତ ପୀର ବଜାରରୁ ନକଲି ସିମେଣ୍ଟ ଫାକ୍ଟ୍ରି ଠାବ କରିଛି ପୋଲିସ। ଏହାସହ ଫାକ୍ଟ୍ରିରେ କାମ କରୁଥିବା ୭ ଜଣଙ୍କୁ ପୋଲିସ ଅଟକ ରଖିଛି। ଫାକ୍ଟ୍ରି ମାଲିକ ଫେରାର ହୋଇଯାଇଛନ୍ତି। ୩୪୦ ବସ୍ତା ସିମେଣ୍ଟ ଜବତ ମଧ୍ୟ କରିଛି।

ଗତ କିଛିଦିନ ହେଲା ପୀର ବଜାର ଅଞ୍ଚଳରେ ନକଲି ସିମେଣ୍ଟ କାରଖାନା ଚାଲିଥିଲା। ବସ୍ତା ବସ୍ତା ସିମେଣ୍ଟ ତିଆରି କରାଯାଇ ସେଥିରେ ବିଭିନ୍ନ କମ୍ପାନିର ଲୋଗୋ ଲଗାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ଆଜି ଚଢ଼ାଉ କରିଥିଲା।

ଟ୍ରକରେ ସିମେଣ୍ଟ ଲୋଡ୍‌ କରାଯାଉଥିବା ବେଳେ ପୋଲିସ ଫାକ୍ଟ୍ରି ଉପରେ ଚଢ଼ାଉ କରିଥିଲା।

ସଦର ପୋଲିସ ପକ୍ଷରୁ କୁହାଯାଇଛି ଯେ ନକଲି ସିମେଣ୍ଟ କମ୍ପାନି ଠାବ କରାଯାଇଛି। ଏହି କମ୍ପାନିରେ ବିଭିନ୍ନ ନାମୀଦାମୀ କମ୍ପାନିର ଷ୍ଟିକର ମରାଯାଇ ବଜାରକୁ ଛଡ଼ା ଯାଉଥିଲା। ଗତ କିଛି ବର୍ଷ ହେଲା ଏହି କାରବାର ଚାଲୁଥିଲା।

ଗତ ମେ’ ମାସରେ ପୋଲିସ ଜଗତପୁର ଅଞ୍ଚଳରୁ ନକଲି ସିମେଣ୍ଟ ଫାକ୍ଟ୍ରି ସିଲ୍ କରିଥିଲା। ଆଜି ପୀର ବଜାର ଅଞ୍ଚଳରୁ ଆଉ ଏକ ନକଲି ସିମେଣ୍ଟ ଫାକ୍ଟ୍ରି ଠାବ କରିଛି।

Comment