ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବିଭିନ୍ନ ପ୍ରକାର ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। ପୂର୍ବରୁ ତାଙ୍କ ଗାଁରେ ନିଜ ନିଜ ମଧ୍ୟରେ ରଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ଏଥିରେ ଦୁଇଜଣ ଗିରଫ ହୋଇଛନ୍ତି। ଆଉ ଦୁଇଜଣଙ୍କୁ ଅଟକ ରଖାଯାଇଛି। ଏହି ଘଟଣାରେ ପୋଲିସ ତଦନ୍ତ କରୁଛି। ତଦନ୍ତ ପରେ ସବୁ ଘଟଣା ସାମ୍ନାକୁ ଆସିବ” କହିଛନ୍ତି କଟକ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ

ବାଙ୍କି ଡବଲ ମର୍ଡରକୁ ନେଇ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀଙ୍କ ଆଜି ସାମ୍ଵାଦିକ ସମ୍ମିଳନୀ କରିଥିଲେ। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କ ନାଁ ସାମ୍ନାକୁ ଆସିଥିଲା। ଏଥିରେ ବଳଭଦ୍ର ପ୍ରଧାନ ଓ ଜିତେନ୍ଦ୍ର ସ୍ଵାଇଁ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାସହ ସୁଶାନ୍ତ ପ୍ରଧାନ ଓ ହିମାଶୁଂ ଭୂଷଣ ରାଉତରାୟ ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ସୁଶାନ୍ତ ପ୍ରଧାନ ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।

ଫେବ୍ରୁଆରି ୧୫ ତାରିଖରେ କଟକ ବାଙ୍କି ବ୍ଲକ ଜୋକଲାଞ୍ଜିଆରେ ନୂଆଗାଁ ସରପଞ୍ଚଙ୍କ ସ୍ଵାମୀ ଭଗବାନ ସ୍ଵାଇଁ ଓ ତାଙ୍କ ସହଯୋଗୀ ଆଦିତ୍ୟ ରଣସିଂହଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ହାଣି ଦେଇଥିଲେ। ଫଳରେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

Comment