ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସ୍ କ୍ୟାଡରର ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି
  • ପିଜି ଡାକ୍ତର ପାଇବେ ୨୦ ହଜାର ଟଙ୍କା
  • ପିଜି ଡିପ୍ଲୋମା ଡାକ୍ତର ପାଇବେ ୧୦ ହଜାର ଟଙ୍କା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଡାକ୍ତରମାନଙ୍କୁ ଭେଟି ଦେଇଛନ୍ତି। ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସ କ୍ୟାଡରର ଡାକ୍ତରମାନଙ୍କ ନିମନ୍ତେ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି।

ଏମ୍‌ସିଆଇ ଡିଗ୍ରୀ ସ୍ୱୀକୃତପ୍ରାପ୍ତ ସୁପର ସ୍ପୋଶାଲିଟି କରିଥିବା ଡାକ୍ତର ପାଇବେ ମାସିକ ୩୦ ହଜାର ଟଙ୍କା। ଏହାସହ ଏମ୍‌ସିଆଇ ସ୍ୱୀକୃତପ୍ରାପ୍ତ ପିଜି ଡାକ୍ତର ପାଇବେ ୨୦ ହଜାର ଟଙ୍କା। ସେହିପରି ପିଜି ଡିପ୍ଲୋମା କରିଥିବା ଡାକ୍ତର ପାଇବେ ମାସିକ ୧୦ ହଜାର ଟଙ୍କା।

ଏହି ପ୍ରୋତ୍ସାହନ ରାଶି ଓଡ଼ିଶା ମେଡିକାଲ ହେଲ୍‌ଥ ସର୍ଭିସ୍ କ୍ୟାଡରର ଅଧିନିୟମ ଅନୁସାରେ ଡାକ୍ତରଙ୍କୁ ମିଳିବ। ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ଏହି ପ୍ରୋତ୍ସାହନ ରାଶି କେବଳ ଡାକ୍ତରଙ୍କ ଶିକ୍ଷା ଦକ୍ଷତା ଏବଂ ଏମ୍‌ସିଆଇ ସ୍ୱୀକୃତ ପ୍ରାପ୍ତ ଡାକ୍ତରଙ୍କ କ୍ଷେତ୍ରରେ ଉପଲବ୍ଧ ହେବ। କୌଣସି ପଦବୀ ପାଇଁ ନୁହେଁ, ଶିକ୍ଷା ଦକ୍ଷତା ଭିତ୍ତିରେ ଏହି ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Comment