ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ଵିନ୍‌ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି। ଷଷ୍ଠ କମିଶନର ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି। ଶୁକ୍ରବାରଦିନ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ୍ ମୁଖ୍ୟାଳୟଠାରେ ଦିନ ସାଢ଼େ ୧୧ଟା ବେଳେ ପୋଲିସ କମିଶନର ଓ୍ଵାଇ ବି ଖୁରାନିଆଙ୍କଠାରୁ ଦାୟିତ୍ୱ ନେଇଛନ୍ତି ସତ୍ୟଜିତ।

ନିକଟରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ସ୍ତରରେ ଅଦଳବଦଳ କରିଥିଲେ। ୧୯୮୮ ମସିହା ବ୍ୟାଚ୍‌ର ଆଇପିଏସ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ଭୁବନେଶ୍ୱର- କଟକ କମିସନରେଟ ପୋଲିସର କମିଶନର ଭାବେ ନିଯୁକ୍ତି ଦେଇଥିଲେ।

୧୯୯୦ ମସିହାରେ ସେ ଜୟପୁର ଏଏସପି ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ପୁରୀ ଅତିରିକ୍ତ ଏସପି, କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱର ଏସପି ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା । ଏହାପରେ ଭିଜିଲାନ୍ସ ଏସପି, ଅତିରିକ୍ତ ପରିବହନ କମିଶନର୍ ଭାବେ ସତ୍ୟଜିତ ମହାନ୍ତି କାମ କରିଥିଲେ । ଉତରାଞ୍ଚଳ, କେନ୍ଦ୍ରାଞ୍ଚଳ ଓ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଏହାପରେ ତାଙ୍କର ପଦୋନ୍ନତି ହୋଇଥିଲା। ୨୦୦୪ ମସିହାରେ ଉକ୍ରୃଷ୍ଟ ସେବା ପାଇଁ ତାଙ୍କୁ ସମ୍ମାନଜନକ ପୁଲିସ ମେଡାଲ ପ୍ରଦାନ କରାଯାଇଥିଲା।

Comment