ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୋର୍ ଧରିଲା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଦାବି କରିଛନ୍ତି। କେନ୍ଦ୍ରକୁ ଆଉ ଥରେ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କମିଟିକୁ ପ୍ରତିଶ୍ରୁତି ଦେଇଛନ୍ତି।

ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ସୋମବାର ପୂର୍ବାହ୍ଣରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସମ୍ବଲପୁର ବିଧାୟକ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏବଂ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ବେଞ୍ଚ୍ ସ୍ଥାପନ ହେବ ସେନେଇ କୌଣସି ମତଭେଦ ନାହିଁ ବୋଲି କମିଟି କହିଛି।

ନିକଟରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନା ଦାବିରେ ସମ୍ବଲପୁର ବାର୍ ଆସୋସିଏସନର ସଦସ୍ୟ ଆନ୍ଦୋଳନ କରିଥିଲେ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ବିରୋଧ କରିବାକୁ ଆସି ଆଇନଜୀବୀ ଓ ପୋଲିସ ଭିତରେ ସଂଘର୍ଷ ହୋଇଥିଲା। ପୂର୍ବରୁ ମଧ୍ୟ ପୋଲିସ-ଆଇନଜୀବୀ ମୁହାଁମୁହିଁ ହୋଇଥିଲେ।

Comment