ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଛି। ଆସନ୍ତା ୧୪ ଘଣ୍ଟା କରୁଣାନିଧିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରମାନେ ତୀକ୍ଷ୍ଣ ନଜର ରଖିଛନ୍ତି।

କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ଖବର ପ୍ରଚାରିତ ହେବା ପରେ ହସ୍ପିଟାଲ ବାହାରେ ସମର୍ଥକମାନଙ୍କ ଭିଡ଼ ଲାଗିଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ କରୁଣାନିଧିଙ୍କୁ ଭେଟିବା ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି।

ଗତ ଜୁଲାଇ ୨୯ରେ କରୁଣାନିଧି କାବେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି।

ଆଜି ଦିନ ବେଳେ ତାମିଲନାଡୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ସମେତ ଦକ୍ଷିଣ ଭାରତର କିଛି ବରିଷ୍ଠ ନେତା ହସ୍ପିଟାଲ ଆସି କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ଗତ ଜୁନ୍ ୩ ତାରିଖରେ କରୁଣାନିଧି ୯୪ତମ ଜନ୍ମଦିନ ପାଳନ କରିଛନ୍ତି। ଠିକ୍ ୫୦ ବର୍ଷ ତଳେ ଡିଏମ୍‌କେର ଦାୟିତ୍ୱ ନେଇଥିଲେ କରୁଣାନିଧି। ସେ ତାମିଲନାଡ଼ୁର ୫ ଥର ମୁଖ୍ୟମନ୍ତ୍ରୀ ରହିବା ସହ ୧୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୬୯ରେ କରୁଣାନିଧି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Comment