ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅନ୍ୟତମ ମହାନ କ୍ରିକେଟ ଦଳର ଦିଲୀପ ସରଦେଶାଇଙ୍କର ଆଜି ୭୮ତମ ଜନ୍ମ ଜୟନ୍ତୀ। ଗୁଗୁଲ ଡୁଡଲ୍ ସମ୍ମାନ ଜଣାଇଛି ଏହି କ୍ରିକେଟ ମହାରଥୀଙ୍କୁ।

ଦିନଥିଲା ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଧଷ ବୋଲ୍‌ରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଥିଲେ ସେ। ନିଜ ବ୍ୟାଟିଂରେ ବୋଲ୍‌ରଙ୍କ ଉଚିତ ଜବାବ ଦେଉଥିଲେ। ସେ ଥିଲେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାନ ଖେଳାଳି ଦିଲୀପ ସରଦେଶାଇ। ଆଜି ତାଙ୍କର ୭୮ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଗୁଗଲ୍‌ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଗୁଗଲ୍‌ ଦିଲୀପଙ୍କ ଫଟୋକୁ ଆଜି ଡୁଡଲ୍‌ କରି ତାଙ୍କ ଜନ୍ମଦିନ ପାଳୁଛି।

୧୯୪୦ ଅଗଷ୍ଟ ୮ ତାରିଖରେ ଜନ୍ମ ହୋଇଥିଲେ ଦିଲୀପ। ଷାଠିଏ ଦଶକରେ ୱେଷ୍ଟଇଣ୍ଡିଜ୍‌ ସବୁଠାରୁ ବିପଜ୍ଜନକ ଟିମ୍‌ କୁହାଯାଉଥିଲା। ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଦଷ ବୋଲିଂ ଆଗରେ ବ୍ୟାଟ୍ସମ୍ୟାନମାନେ ଚିତ୍‌ ହୋଇପଡ଼ୁଥିଲେ। ସେତେବେଳେ ଭାରତୀୟ ଟିମ୍‌ରେ ଏଣ୍ଟ୍ରି କରିଥିଲେ ଦିଲୀପ।

୧୯୭୧ରେ ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଥିଲା। ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍‌ ଫାଷ୍ଟ୍‌ ବୋଲର୍‌ଙ୍କ ନିଦ ହଜାଇ ଦେଇଥିଲେ ଦିଲୀପ। ୱେଷ୍ଟଇଣ୍ଡିଜ୍‌ ମାଟିରେ ଘରୋଇ ଟିମ୍‌ର ବୋଲର୍‌ଙ୍କୁ ନିର୍ଧୁମ ପ୍ରହାର କରି ଦିଲୀପ କେବଳ ଦ୍ୱିଶତକ ହାସଲ କରି ନଥିଲେ, ଉକ୍ତ ହାରିବା ମ୍ୟାଚ୍‌କୁ ଡ୍ର’ କରିବାକୁ ସକ୍ଷମ ହୋଇଥିଲେ।

ସେ ୩୦ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଏଥିରୁ ସେ ୨୦୦୧ ରନ୍ ସଂଗ୍ରହ କରିଥିଲେ। ଏଥିମଧ୍ୟରେ ୫ଟି ଶତକ ସାମିଲ ଥିଲା। ଟେଷ୍ଟରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ହେଉଛି ୨୧୨ ରନ୍‌।

ସେ ୧୭୯ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳିଥିଲେ। ଏଥିରୁ ସେ ୧୦,୨୩୦ ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ବିରୋଧରେ ନିଜ ପ୍ରଥମ ଓ ଶେଷ ମ୍ୟାଚ ଖେଳିଥିଲେ ଦିଲୀପ ସରଦେଶାଇ।

୨୦୦୭ ଜୁଲାଇ ୨ ତାରିଖରେ ଦିଲୀପ ସରଦେଶାଇଙ୍କ ପରଲୋକ ହୋଇଥିଲା। ଦିଲୀପ ସରଦେଶାଇଙ୍କର ସୁପୁତ୍ର ହେଉଛନ୍ତି ଜଣାଶୁଣା ସାମ୍ବାଦିକ ରାଜୀବ ସରଦେଶାଇ।

Comment