ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳାହାଣ୍ଡି ଜିଲ୍ଲାରେ ଅଣାୟତ୍ତ କଲାଣି ଡେଙ୍ଗୁ। ଗାଁରୁ ଗାଁକୁ ଡେଉଁଛି ଡେଙ୍ଗୁ। କୋକସରା ବ୍ଲକର ଲଡ଼ୁଗାଁ ଏବଂ ଏହାର ପଡ଼ୋଶୀ ଗାଁରେ ଡେଙ୍ଗୁ ଲୋକଙ୍କୁ କଲବଲ କରୁଛି। ଲଡ଼ୁଗାଁରୁ ୫୦୦ ଲୋକଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୮୨ ଜଣଙ୍କ ନମୂନାରୁ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛି।

“୫୦୦ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୮୨ ଜଣଙ୍କ ନମୂନା ପଜିଟିଭ୍ ବାହାରିଛି”, କହିଛନ୍ତି କଳାହାଣ୍ଡି ସିଡିଏମ୍‌ଓ ଡାକ୍ତର ସରୋଜ ତିହାଡ଼ି।

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୫ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କୁ ଏସ୍‌ସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସିଡିଏମ୍‌ଓ କହିଛନ୍ତି।

ଏପଟେ କଳାହାଣ୍ଡି ମ୍ୟୁନିସିପାଲିଟି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ଗାଁରେ ପରିମଳକୁ ସଫା କରାଯାଉଛି। ଘର ଘର ବୁଲି ଲୋକଙ୍କୁ ସଚେତନ କରାଯାଉଛି।

Comment