ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ମହାସଚିବ ରହିଥିଲେ। ମହାସଚିବ ରହିଥିବା ବେଳେ ଆନନ ୨୦୧୫ ସୁଦ୍ଧା ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ କରିବା ପାଇଁ ଲକ୍ଷ୍ୟ ରଖିଥିଲେ।

କୋଫି ଆନନ ଯୁଦ୍ଧ  ପ୍ରଭାବିତ ଅଞ୍ଚଳରେ ଶାନ୍ତି ଫେରାଇବା ପାଇଁ ଉଦ୍ୟମ କରିଥିଲେ। ଏହାସହ ରୋହିଙ୍ଗ୍ୟା ଏବଂ ସିରିଆ ଶରଣାର୍ଥୀଙ୍କ ସମସ୍ୟା ସମାଧାନ କରିବା ଲାଗି ସେ ପ୍ରୟାସ ଜାରି ରଖିଥିଲେ। ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କୁ ନୋବେଲ ପୁରସ୍କାର ମଧ୍ୟ ମିଳିଥିଲା।

ଶନିବାରଠାରୁ କୋଫି ଆନନ ଅସୁସ୍ଥ ଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଶନିବାର ତାଙ୍କର ଦେହାନ୍ତ ହୋଇଥିବା କୋଫି ଆନନ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି।

Comment