ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି।

ପୂର୍ବତନ ପାକିସ୍ତାନ କ୍ରିକେଟର ଇମ୍ରାନ ଖାନ୍‌ଙ୍କ ନୂଆ ଇନିଂସ୍। ପାକିସ୍ତାନ ତେହରିକ୍‌ ଏ ଇନ୍‌ସାଫ୍‌ (ପିଟିଆଇ) ଦଳର ନେତା ଇମ୍ରାନ୍‌ ଖାନ୍‌ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ୨୨ତମ ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି। ଇସ୍‌ଲାମାବାଦ୍‌ରେ ଆଜି ଏହି ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ମାମୁନ୍‌ ହୁସେନ୍‌ ତାଙ୍କୁ ଶପଥ ପାଠ କରାଇଥିଲେ।

ଇମ୍ରାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ଭାରତର ପୂର୍ବ କ୍ରିକେଟର୍‌ ନବଜୋତ ସିଂହ ସିଦ୍ଧୁ। ସେ ବାଘା ବୋର୍ଡର ଦେଇ ଲାହୋରରେ ପହଞ୍ଚିଥିଲେ ଏବଂ ସେଠାରୁ ବିମାନରେ ଇସ୍‌‌ଲାମାବାଦ ଯାଇଛନ୍ତି। ସିଦ୍ଧୁଙ୍କ ପାଖରେ ଏବେ ୧୫ ଦିନର ଭିସା ରହିଛି। ତେବେ ସିଦ୍ଧୁଙ୍କ ପାକିସ୍ତାନ ଗସ୍ତକୁ ବିଭିନ୍ନ ମହଲ ବିରୋଧ କରିଛନ୍ତି।

ଗତକାଲି ପାକିସ୍ତାନ ଜାତୀୟ ପରିଷଦରେ ହୋଇଥିବା ନିର୍ବାଚନରେ ଇମ୍ରାନ୍‌ଙ୍କ ସମର୍ଥନରେ ୧୭୬ ଭୋଟ୍‌ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପିଏମ୍‌ଏଲ୍‌-ଏନ୍‌ର ଶାହବାଜ ସରିଫ୍‌ଙ୍କୁ ୯୬ ଭୋଟ୍‌ ମିଳିଥିଲା। ଗୃହର ନବ ନିର୍ବାଚିତ ଅଧ୍ୟକ୍ଷ ଅସଦ୍‌ କାସିର ଫଳାଫଳ ଘୋଷଣା କରିଥିଲେ।

ଜୁଲାଇ ୨୫ ନିର୍ବାଚନରେ ପିଟିଆଇ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବାପରେ କ୍ରିକେଟର୍‌ରୁ ନେତା ପାଲଟିଥିବା ଇମ୍ରାନ୍‌ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଥିଲା।

Comment