ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିଠାରେ ଥିବା ସହିଦ ସ୍ମୃତି ପୀଠରେ ୭୬ତମ ସହିଦ ଦିବସ ପାଳିତ ହୋଇଯାଇଛି। ୧୯୪୨ ମସିହା ଅଗଷ୍ଟ ୨୪ତାରିଖରେ ପାପଡାହାଣ୍ଡିସ୍ଥିତ ତୁରି ନଦୀ କୂଳରେ ଇଂରେଜ ମାନଙ୍କ ଶିକାର ହୋଇ ପ୍ରାଣ ହରାଇଥିଲେ ୧୯ଜଣ ସ୍ଵାଧୀନତା ସଂଗ୍ରାମୀ।

ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବରଙ୍ଗପୁରରୁ ସହିଦ ମଶାଲ ଆସି ପାପଡାହାଣ୍ଡି ସ୍ଥିତ ସହିଦ ସ୍ମୃତି ସ୍ଥମ୍ଭ ନିକଟରେ ଆସି ପହଞ୍ଚିଥିଲା। ଏକ ବିରାଟ ପଟୁଆରରେ ଏହି ସହିଦ ମଶାଲକୁ ଅଣାଯାଇଥିଲା।

ଏହି ମଶାଲ ପହଞ୍ଚିବା ପରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରି, ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ ସମାଜସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଅତିଥିଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ମଶାଲକୁ ସ୍ୱାଗତ କରାଯାଇଥିଲା।

ମଶାଲ ପହଞ୍ଚିବା ପରେ ଅତିଥିମାନେ ତୁରି ନଦୀ କୂଳରେ ସହିଦଙ୍କ ଉଶେଷ୍ୟ ରେ ତିଳ ତର୍ପଣ କରିଥିଲେ। ପରେ ପୋଲିସ ବିଭାଗ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ପରେ ସହିଦମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

ଏହାପରେ ସହିଦମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସହିଦ ମାନଙ୍କ ଦୟାଦ ମାନଙ୍କୁ ସମ୍ଭର୍ଧିତ କରାଯାଇଥିଲା।

ଏହି ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ଅତିଥିମାନେ ସହିଦଙ୍କ ସ୍ମୃତିଚାରଣ କରିଥିଲେ। ଏବଂ ପରେ ସହିଦଙ୍କ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here