ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ କେନ୍ଦ୍ରୀଭୂତ ହେଉଛି। ଯାହାପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଏବେ ପାଣି ଘେରରେ ରହିଛି। ତନ୍ମଧ୍ୟରୁ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଏବେ ପାଣି ଘେରରେ ବୁଡ଼ି ରହିଛି।

ମନ୍ଦିର ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏହାଛଡ଼ା ମନ୍ଦିର ପରିସରକୁ ପାଣି ପଶିବାରେ ଲାଗିଲାଣି। ସେଥିପାଇଁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସବୁଦିନ ଏଠାକୁ ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଣ୍ଠୁଏ ପାଣି ଭିତରେ ବୁଲୁଛନ୍ତି ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ। ଲଗାଣ ବର୍ଷା ଯୋଗୁଁ ମନ୍ଦିର ଓ ପର୍ଯ୍ୟଟକଙ୍କ ଉପରେ ଅନେକ ପ୍ରଭାବ ପଡିଛି।

ଲଗାଣ ବର୍ଷା ପାଇଁ ଆଜି ୧୭ଟି ଜିଲ୍ଲାକୁ ସତର୍କବାଣୀ ଜାରି କରାଯାଇଛି। ଏହାବ୍ୟତୀତ ଜିଲ୍ଲାବାସିନ୍ଦାଙ୍କୁ ସତର୍କ କରାଇବା ସହ ସେହି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ଦିନକୁ ଦିନ ଲଘୁଚାପର ମାତ୍ରା ବଢ଼ିବାରେ ଲାଗିଛି। ଯାହାପାଇଁ ଅଧିକାଂଶ ନଦୀର ସ୍ତର ବଢ଼ିବାରେ ଲାଗିଛି। ପରବର୍ତ୍ତୀ ସମୟରେ ଏହା ବନ୍ୟାର ରୂପ ନେଇପାରେ ବୋଲି ଅନୁମାନ କରୁଛନ୍ତି ପାଣିପାଗ ବିଭାଗ।

Comment