ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୧୪ରୁ ୨୩ ପର୍ଯ୍ୟନ୍ତ ଚାଲିବ ଏହି ଫୁଡ୍ ଫେଷ୍ଟିଭାଲ୍‌

‘‘ଆମେ ଆପଣଙ୍କ ପାଇଁ ଗୋଆର ପ୍ରସିଦ୍ଧ ବେଳାଭୂମି, ଚର୍ଚ୍ଚ ଏବଂ ଐତିହାସିକ ଦୁର୍ଗଗୁଡ଼ିକୁ ହୁଏତ ଆଣିପାରିବୁ ନାହିଁ। କିନ୍ତୁ ନିଶ୍ଚିତ ଭାବରେ ଆପଣଙ୍କୁ ଦେଇପାରିବୁ ଗୋଆର ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଖାଦ୍ୟର ଅପୂର୍ବ ସୁଆଦ’’ – ଖାଦ୍ୟପ୍ରେମୀମାନଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱସ୍ତି ଗ୍ରାଣ୍ଡ୍‌ ହୋଟେଲ୍‌ ପକ୍ଷରୁ ଏହି ନିମନ୍ତ୍ରଣ ଦିଆଯାଉଛି। କାରଣ ସ୍ୱସ୍ତି ଗ୍ରାଣ୍ଡ୍ର ଆକ୍ୱା ରେସ୍ତୋରାଁରେ ଏବେ ଚାଲିଛି ଗୋଆ ଫୁଡ୍ ଫେଷ୍ଟିଭାଲ୍‌।

ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ଏହି ଖାସ୍‌ ଖାଦ୍ୟ ପସରା ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ଣ ୧୨ଟା ୩୦ମିନିଟ୍‌ରୁ ୩ଟା ଏବଂ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଆପଣ ସେଠାରେ ପହଞ୍ଚି ମନପସନ୍ଦର ଗୋଆ ଖାଦ୍ୟର ମଜା ଉଠାଇପାରିବେ।

ଭାରତୀୟ ପର୍ଯ୍ୟଟନ କ୍ଷେତ୍ରର ଏକ ପ୍ରମୁଖ ଆକର୍ଷଣ ହେଉଛି ଗୋଆ। କେବଳ ଭାରତୀୟ ପର୍ଯ୍ୟଟକମାନେ ନୁହଁନ୍ତି, ପୃଥିବୀର ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଗୋଆ ଆସି ଏଠିକାର ବେଳାଭୂମି, ପ୍ରାଚୀନ ଗୀର୍ଜା ଏବଂ ଦୁର୍ଗ ତଥା ଅନ୍ୟାନ୍ୟ ଐତିହାସିକ ସ୍ଥାନ ବୁଲି ଦେଖିଥାନ୍ତି। ବିଶେଷକରି ଗୋଆର ଖାଦ୍ୟ, ଜୀବନଧାରା ବା ଲାଇଫ୍ ଷ୍ଟାଇଲ୍ ଏବଂ ବିଭିନ୍ନ ଇଭେଣ୍ଟ୍ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଗୋଆର ସେହି ମନମତାଣିଆ ଖାଦ୍ୟକୁ ସ୍ମାର୍ଟସିଟି ଭୁବନେଶ୍ୱରରେ ଲୋକଙ୍କୁ ପରଷି ଦେବା ପାଇଁ ସ୍ୱସ୍ତି ଗ୍ରୁପ୍‌ର ଲୋକପ୍ରିୟ ସ୍ୱସ୍ତି ଗ୍ରାଣ୍ଡ୍ ହୋଟେଲରେ ଏହି ଫୁଡ୍ ଫେଷ୍ଟିଭାଲ୍‌ ଆୟୋଜନ କରାଯାଇଛି।

ଏହି ‘ଗୋଆନ୍‌ ଫୁଡ୍‌ ଫେଷ୍ଟିଭାଲ୍‌’ ବେଳେ ଖାଦ୍ୟପ୍ରେମୀମାନଙ୍କୁ ଗୋଆ ଖାଦ୍ୟର ଅଥେଣ୍ଟିକ୍ ଟେଷ୍ଟ୍ ଦେବା ପାଇଁ ରହିଛି କିଙ୍ଗ୍ ଫିସ୍‌ ଫ୍ରାଏ, ଷ୍ଟଫଡ୍‌ ପମ୍ଫ୍ରେଟ୍‌, ଚିକେନ ଜାକୁଟି, ପ୍ରନ୍‌ ବାଲ୍‌ଚୁ ଏବଂ ଆହୁରି ଅନେକ କିଛି।

ସ୍ୱସ୍ତି ଗ୍ରୁପ୍‌ ଅଧୀନରେ ରହିଛି ଚାରୋଟି ପ୍ରମୁଖ ହୋଟେଲ୍‌। ଭୁବନେଶ୍ୱରରେ ସ୍ୱସ୍ତି ଗ୍ରାଣ୍ଡ୍ ଏବଂ ସ୍ୱସ୍ତି ପ୍ରିମିୟମ୍‌ ରହିଥିବା ବେଳେ ଗୋପାଳପୁରରେ ରହିଛି ସ୍ୱସ୍ତି ପାମ୍ ବିଚ୍ ରିସର୍ଟ। ସେହିପରି ଲୋକପ୍ରିୟ ପର୍ଯ୍ୟଟନ କ୍ଷେତ୍ର ଚିଲିକାରେ ପ୍ରାୟ ବର୍ଷକ ତଳେ ଏହି ହୋଟେଲ୍ ଗ୍ରୁପ୍‌ ପକ୍ଷରୁ ଗଢ଼ିଉଠିଛି ଏକ ଅତ୍ୟାଧୁନିକ ରିସର୍ଟ ଯାହାର ନାଆଁ ରହିଛି ସ୍ୱସ୍ତି ଚିଲିକା ରିସର୍ଟ। ଏହିସବୁ ହୋଟେଲରେ ରହୁଥିବା ଦେଶବିଦେଶର ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସ୍ୱାଦର ଖାଦ୍ୟ ପରିବେଷଣ କରିବା ପାଇଁ ସ୍ୱସ୍ତି ଗ୍ରୁପ୍‌ ପକ୍ଷରୁ ବିଭିନ୍ନ ସମୟରେ ଅଲଗା ଅଲଗା ଥିମ୍‌ ଆଧାରରେ ଫୁଡ୍‌ ଫେଷ୍ଟିଭାଲ୍‌ର ଆୟୋଜନ କରାଯାଉଛି।

Comment