ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାତକୋଶିଆ ମହିଳା ମୃତ୍ୟୁ ଘଟଣାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ।

ସାତକୋଶିଆ ହାତୀବାରିରେ ମହିଳା ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା। ମହିଳା ଜଙ୍ଗଲୀ ହିଂସ୍ର ଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଥିବା ଅନଗୁଳୁ ମେଡିକାଲରୁ ଆସିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ଫଳରେ ବାଘୁଣୀ ସୁନ୍ଦରୀ ନା ଆଉ କେଉଁ ହଂସ୍ର ଜନ୍ତୁ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ଘଟିଛି ତାକୁନେଇ ସନ୍ଦେହ ବଢ଼ିଛି।

ବାଘୁଣୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ଘଟିଥିବା ଗ୍ରାମବାସୀମାନେ ଅଭିଯୋଗ କରୁଥିଲେ। କିନ୍ତୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାକୁ ଖଣ୍ଡନ କରିଥିଲେ। ବାଘୁଣୀ ଆକ୍ରମଣ ନୁହେଁ, ଅନ୍ୟ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ମନ୍ତ୍ରୀ କହିଥିଲେ।

ବିଶେଷଜ୍ଞ ଦଳ ବି ବାଘୁଣୀର ଗତିବିଧିକୁ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ ଯେ ସୁନ୍ଦରୀ ବାଘୁଣୀ ଜନବସତିଠାରୁ ବହୁ ଦୂରରେ ବୁଲୁଛି। ଫଳରେ ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ଉପୁଜିଥିଲା।

ବାଘୁଣୀକୁ ସାତକୋଶିଆରୁ ଫେରାଇ ନେବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏନେଇ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ହେଲେ ବାଘୁଣୀକୁ ଏଯାଏଁ ସାତକୋଶିଆରୁ ଫେରାଇ ନେଇ ନାହାନ୍ତି ଜଙ୍ଗଲ ବିଭାଗ।

Comment