ଓଡ଼ିଶାଲାଇଭ୍ ବ୍ୟୁରୋ

ନରେନ୍ଦ୍ର ମୋଦି ତାଳଚେର ସାର କାରଖାନାର ଶିଳାନ୍ୟାସ ସାରି ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିଥିଲେ।

ଏହାପରେ ମୋଦି ସେଠାରେ ପହଞ୍ଚି ୨୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରର ଲୋକାର୍ପଣ କରିଛନ୍ତି।

ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ବିମାନ ବନ୍ଦର ହେଉଛି ରାଜ୍ୟର ୨ୟ ବିମାନ ବନ୍ଦର।

ଏହାପରେ ମୋଦି ଅମଲିପାଲିଠାରେ ଆୟୋଜିତ ବିଶାଳ ସମାବେଶରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Comment