ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ନଦୀରେ ବୁଡ଼ି ମା’-ପୁଅଙ୍କ ସଲିଳ ସମାଧି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ପନାଡ଼ ଗାଁରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ପନାଡ଼ ଗାଁରେ ଥିବା ଘୋଡ଼ାହାଡ଼ ନଦୀରେ ମା’- ପୁଅ ବୁଡ଼ିଯିବାରୁ ଘଟଣାସ୍ଥଳ ସୋମନଙ୍କର ମୃତ୍ୟୁ ଘଟିଛି।

ସେମାନେ ହେଉଛନ୍ତି ପନାଡ଼ ଗାଁର ବାସିନ୍ଦା ସୁଷମା ମହାରଣା (୩୫) ଏବଂ ତାଙ୍କ ପୁଅ ସୁଧାଂଶୁ ମହାରଣା(୯)। ମା’-ପୁଅ ନଈକୁ ଗାଧୋଇବାକୁ ଯାଇଥିବା ସମୟରେ ଏହି ଘଟଣାଟି ଘଟିଥିଲା।

ଗାଧୋଉଥିବା ବେଳେ ପୁଅ ବୁଡ଼ି ଯାଉଥିବାର ଦେଖି ସୁଷମା ବଞ୍ଚାଇବାକୁ ଯାଇଥିଲେ। ହେଲେ ଉଭୟ ନଦୀରେ ବୁଡ଼ି ଯାଇଥିଲେ।

ଏହାପରେ ଗାଁ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଆସି ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Comment