ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିତି ଜାତିସଂଘ ପକ୍ଷରୁ “ଚାମ୍ପିଅନ୍ସ ଅଫ୍ ଦି ଆର୍ଥ” ସମ୍ମାନରେ ସମ୍ମାନିତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର “ଚାମ୍ପିଅନ୍ସ ଅଫ୍ ଦି ଆର୍ଥ” ସମ୍ମାନରେ ସମ୍ମାନିତ ହୋଇଛନ୍ତି। ମିଳିତ ଜାତିସଂଘ ପକ୍ଷରୁ ମୋଦିଙ୍କୁ “ଚାମ୍ପିଅନ୍ସ ଅଫ୍ ଦି ଆର୍ଥ” ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା ମୋଦିଙ୍କୁ ପଲିସି ଲିଡରସିପ୍ କ୍ୟାଟେଗୋରୀରେ ସମ୍ମାନିତ କରିଛି ଜାତିସଂଘ।

ଜାତିସଂଘର ମୁଖ୍ୟ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବାପାଇଁ ଭାରତ ଆସିଛନ୍ତି। ୨୦୨୨ ସୁଦ୍ଧା ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଶପଥ ନେଇଥିବାରୁ ମୋଦିଙ୍କୁ ଏହି ସମ୍ମାନ ଦେଇଛି ଜାତିସଂଘ। ଗତ କିଛିଦିନ ପୂର୍ବରୁ ଜାତିସଂଘ ପକ୍ଷରୁ ଏ ନେଇ ଘୋଷଣା କରାଯାଇଥିଲା।

ପରିବେଶ କ୍ଷେତ୍ରରେ ମୋଦିଙ୍କର ଅବଦାନ ଉଲ୍ଲେଖନୀୟ। ବିଶ୍ୱ ସ୍ତରରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରିଚିତ କରାଇପାରିଛି। ବିଶେଷ କରି ମୋଦିଙ୍କର ସ୍ୱଚ୍ଛତା ଅଭିଯାନ ଭଳି କାର୍ଯ୍ୟକ୍ରମ ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା।

ମିଳିତ ଜାତିସଂଘ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନ୍ ଏବଂ ମୋଦିଙ୍କୁ ଶ୍ରେଷ୍ଠ ପରିବେଶ ସମ୍ମାନ “ଚାମ୍ପିଅନ୍ସ ଅଫ୍ ଦି ଆର୍ଥ”ରେ ସମ୍ମାନିତ କରିଛି। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନଙ୍କୁ ଇଣ୍ଟରନ୍ୟାସନାଲ ସୋଲାର ଆଲାୟନ୍‌ସ ପାଇଁ ଜାତିସଙ୍ଘ ପକ୍ଷରୁ ଚାମ୍ପିଅନ୍ସ ଅଫ୍ ଦି ଆର୍ଥ ସମ୍ମାନ ପ୍ରଦାନ କରାଯାଇଛି।

Comment