ଓଡ଼ିଶାଲାଇଭ ବ୍ୟୁରୋ

ସୋମବାର ସକାଳେ ଜଣେ ୫୩ ବର୍ଷୀୟ ଏୟାର ହଷ୍ଟେସ୍ ବିମାନରୁ ଖସି ଗୁରୁତର ଭାବେ ଆହତ ହୋଇଛନ୍ତି।
ସୋମବାର ସକାଳେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ୫୩ ବର୍ଷୀୟ ଏୟାର ହଷ୍ଟେସ୍ ବିମାନରୁ ଖସି ଗୁରୁତର ଭାବେ ଆହତ ହୋଇଛନ୍ତି। ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଘଟିଛି ଏହି ଅଭାବନୀୟ ଘଟଣା।
ତାଙ୍କ ନାମ ହର୍ଷା ଲୋବୋ ବୋଲି ଜଣାପଡ଼ିଛି। ଏୟାର ଇଣ୍ଡିଆର ଏକ ବିମାନ ଏଆଇ ୮୬୪ ଦିଲ୍ଲୀ ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା। ସେହି ସମୟରେ ସେଠାରେ କାର୍ଯ୍ୟରତ ଥିବା ଏୟାର ହଷ୍ଟେସ୍ ହର୍ଷା କବାଟ ବନ୍ଦ କରିବାକୁ ଯାଇଥିବା ବେଳେ ହଠାତ୍ ଖସି ପଡ଼ିଥିଲେ। ବିମାନର କବାଟ ଓ ଭୂମିର ଦୂରତା ପ୍ରାୟ ୩୦ ଫୁଟ୍ ହେବ।
ଏହାପରେ ତାଙ୍କୁ ତୁରନ୍ତ ନାନାବତୀ ହସ୍ପିଟାଲ୍କୁ ପଠାଯାଇଥିଲା। ସେଠାକାର ଡାକ୍ତର କହିବାନୁସାରେ, “ତାଙ୍କର ଡାହାଣ ଗୋଡରେ ଗଭୀର ଆଘାତ ଲାଗିଛି। ହେଲେ ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଛି”।











