ଓଡ଼ିଶାଲାଇଭ୍ ବ୍ୟୁରୋ

ବୁକିଂ ପରେ କ୍ୟାବ ଡ୍ରାଇଭର ଯଦି ଯାତ୍ରୀଙ୍କୁ ନେବାକୁ ଆସିବେନି ତେବେ ଉକ୍ତ ଡ୍ରାଇଭରକୁ ଦେବାକୁ ହେବ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା।

ଯାତ୍ରୀଙ୍କ ପ୍ରତି ହେଉଥିବା ଅସୁବିଧାକୁ ନଜରରେ ରଖି ଦିଲ୍ଲୀର ସରକାର ଏହି ନିୟମଟି ଲାଗୁ କରିଛନ୍ତି। ଏହି ନିୟମ ଅନୁସାରେ କ୍ୟାବ ବୁକିଂ ହୋଇସାରିବା ପରେ, ଯଦି ଆପ୍ ଜରିଆରେ କ୍ୟାବ୍ ଡ୍ରାଇଭର ଆସିବାକୁ ମନା କରେ। ତେବେ ଉକ୍ତ ଡ୍ରାଇଭର ଉପରେ ଆପଣ ୨୫ହଜାର ଟଙ୍କାର ଜୋରିମାନା ଲଗାଇପାରିବେ।

କେବଳ ସେତିକି ନୁହେଁ ଯଦି ଡ୍ରାଇଭର ଦ୍ୱାରା କେହି ଅସଦାଚରଣ ଶିକାର ହୁଏ ତେବେ ଗ୍ରାହକ ଥାନାରେ ମାମଲା ରୁଜୁ କରିପାରିବେ। ଏଥିପାଇଁ ଡ୍ରାଇଭରକୁ ଦେବାକୁ ହେବ ୧ ଲକ୍ଷ ଟଙ୍କାର ଜୋରିମାନା।

କଣ ରହିଛି ନୂଆ ଫିଚର?

  • ନିଜ ଲୋକେସନ ଓ କ୍ୟାବ ସମ୍ପର୍କରେ କ୍ୟାବ୍‌ଯାତ୍ରୀ ୨ ଜଣ ସମ୍ପର୍କୀୟଙ୍କୁ ସୂଚନାଗତ କରାଇପାରିବେ।
  • କ୍ୟାବ୍ ଭିତରେ ଲାଗିବ ଏକ ଜିପିଏସ ଡିସପ୍ଲେ। ଯାହାଦ୍ୱାରା କ୍ୟାବର ଲୋକେସନ ଜଣାପଡ଼ିବ।
  • ଏହି ଆପ୍ରେ ଏକ ଫାୟାରବଲ ଫିଚର ମଧ୍ୟ ରହିବ। ଯେଉଁଥିରେ ଯାତ୍ରୀଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖାଯାଇପାରିବ।
  • ଡ୍ରାଇଭର ଯଦି ଯାତ୍ରୀଙ୍କୁ ଖରାପ ବ୍ୟବହାର କରିବ ତେବେ ଯାତ୍ରୀ ଆପ୍‌ରେ ଥିବା ‘ପ୍ୟାନିକ ବଟନ’ କୁ ଦବାଇ ପାରିବ । ଫଳରେ ସ୍ଥାନୀୟ ପୋଲିସ ଆଲର୍ଟ ହୋଇପାରିବ।

ବର୍ତ୍ତମାନ କ୍ୟାବ୍ ସର୍ଭିସ୍ ଅତ୍ୟନ୍ତ ଲୋକପ୍ରିୟ ଓ ଯିବା ଆସିବାର ଶ୍ରେଷ୍ଠ ମାଧ୍ୟମ ହୋଇଥିବାରୁ ଏହାକୁ ନେଇ ନିୟମ ଲାଗୁ ହୋଇଅଛି।

 

 

 

 

 

Comment