ଓଡ଼ିଶାଲାଇଭ୍ ବ୍ୟୁରୋ

- ବନ ବିଭାଗକୁ ଚକ୍ମା ଦେଉଛି ସୁନ୍ଦରୀ
- ବୁଧବାର ରାତିରେ ମଧ୍ୟ ରଖା ଯାଇଥିଲା ୨ଟି ଛେଳି
- ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ
- ରେଡିଓ କଲାର ସାହାଯ୍ୟରେ ବାଘୁଣୀର ଗତିବିଧି ଉପରେ ନଜର
ବନ ବିଭାଗକୁ ନାକେଦମ କଲାଣି ସୁନ୍ଦରୀ। ସୁନ୍ଦରୀକୁ ଧରିବାପାଇଁ ବନବିଭାଗର ସମସ୍ତ ପ୍ରୟାସ ଗୋଟିଏ ପରେ ଗୋଟିଏ ବିଫଳ ହେବାରେ ଲାଗିଛି। ସୁନ୍ଦରୀକୁ ନିଶ୍ଚେତକ ଦେଇ ବେହୋସ କରିବାରେ ପୁଣି ଫେଲ୍ ମାରିଛି ବନବିଭାଗ ଟିମ୍।

ଶେଷରେ ରାତି ଅନିଦ୍ରା ହୋଇ ସାତକୋଶିଆରେ ସୁନ୍ଦରୀକୁ କାବୁ କରିବା ପାଇଁ ଡେରା ପକାଇଥିବା ବନବିଭାଗ କର୍ମଚାରୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। କାରଣ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଯେଉଁ ନିଶ୍ଚେତକ ଗୁଳି ବାଘୁଣୀକୁ ମରାଯାଇଥିଲା, ତାହା ସୁନ୍ଦରୀ ଦେହରେ ବାଜି ନଥିଲା।

ଏପରିକି ଛେଳିକୁ ବାନ୍ଧି ସୁନ୍ଦରୀକୁ କାବୁ କରା ଯାଇଥିବା ଉଦ୍ୟମ ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ବନବିଭାଗର ସବୁ ପ୍ରକାର ଉଦ୍ୟମକୁ ମାତ୍ ଦେଇ କୁମୁରୀ ଗାଁରୁ ନୂଆସାହି ଅଞ୍ଚଳକୁ ଡିଆଁ ମାରିଥିଲା ବାଘୁଣୀ। ନୂଆସାହି ନିକଟସ୍ଥ ଏକ ପଥର ଖୋଲ ଲତାବୁଦାରେ ଲୁଚି ରହିବା ପରେ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା।

ଏବେ କୁମୁରୀ ଅଞ୍ଚଳରେ ଘୁରି ବୁଲୁଥିବା ବାଘୁଣୀର ଗତିବିଧିକୁ ରେଡିଓ କଲାର ଜରିଆରେ ନଜର ରଖାଯାଇଛି। ଆଉ ସୁନ୍ଦରୀକୁ କାବୁ କରିବା ପରେ ପୁଣି ଥରେ ଟ୍ରାଙ୍କୁଲାଇଜର୍ ଭିତରକୁ ଅଣାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ ବାଘୁଣୀ କାବୁ ହେଉ ନଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।


















