ଓଡ଼ିଶାଲାଇଭ୍ ବ୍ୟୁରୋ

“ତନୁଶ୍ରୀ ମତେ ବଳାତ୍କାର କରିଛନ୍ତି। ଥରେ କି ଦୁଇଥର ନୁହେଁ ସେ ବାରମ୍ବାର ମୋ ସହ ଏଭଳି ଅସଦାଚରଣ କରିଛନ୍ତି। ତନୁଶ୍ରୀ ମୋ ସମ୍ବେଦନଶୀଳ ଅଙ୍ଗକୁ ବାରମ୍ବାର ସ୍ପର୍ଶ କରିବା ସହ ମତେ ମଧ୍ୟ ଏପରି କରିବାକୁ ବାଧ୍ୟ କରିଛନ୍ତି।”

ଏହା କୌଣସି ଫିଲ୍ମର ଡାଇଲଗ ନୁହେଁ, ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଡ୍ରାମା କୁଇନ ରାକ୍ଷୀ ସାୱନ୍ତ।

ନାନା ପାଟେକର ଓ ତନୁଶ୍ରୀ ଦତ୍ତଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନା ନେଉନାହିଁ। ଏମିତିକି ଏହି ବିବାଦ ଯୋଗୁଁ ବଲିଉଡରେ ଆରମ୍ଭ ହୋଇଛି ‘ମି ଠୁ’ ଆନ୍ଦୋଳନ। ଯେଉଁଥିରେ ସାମିଲ ହେଲାଣି ଅନେକ ନାମୀଦାମୀ କଳାକାରଙ୍କ ନାମ।

ତନୁଶ୍ରୀ ଦତ୍ତ ନାନାଙ୍କ ବିରୋଧରେ ଅଭିଯୋଗ ଆଣିବାପରେ ପ୍ରଥମେ ନାନାଙ୍କ ସପକ୍ଷରେ ମତ ରଖିଥିଲେ ରାକ୍ଷୀ।

ରାକ୍ଷୀଙ୍କ କହିବା ଅନୁଯାୟୀ, “ତନୁଶ୍ରୀ ଯେଉଁ  ଆଇଟମ ନମ୍ବର କରିଥାନ୍ତେ ତାହା ସେ ଛାଡ଼ିବା ପରେ ମତେ ଦିଆଯାଇଥିଲା। ଯେଉଁଦିନ ଏହି ଘଟଣା ଘଟିଲା ସେଦିନ ମଧ୍ୟ ମୁଁ ସେଠାରେ ଉପସ୍ଥିତ ଥିଲି। ସେଥିପାଇଁ ସତ କ’ଣ ଓ ମିଛ କିଏ କହୁଛି ମୁଁ ସେ କଥା ଜାଣିଛି।”

ରାକ୍ଷୀ ସ୍ପଷ୍ଟ କରିଥିଲେ ଯେ ସବୁ ମିଛ କଥା କହୁଛନ୍ତି ତନୁଶ୍ରୀ। ରାକ୍ଷୀ ଗଣମାଧ୍ୟମରେ ଆହୁରି ଅନେକ କଥା ମଧ୍ୟ କହିଥିଲେ। ଯାହାପରେ ରାକ୍ଷୀଙ୍କ ନାଁରେ ମାନହାନି ମକଦ୍ଦମା କରିଥିଲେ ତନୁଶ୍ରୀ।

ତନୁଶ୍ରୀଙ୍କ ଅଭିଯୋଗ ପରେ ରାକ୍ଷୀ ତାଙ୍କ ବିରୋଧରେ ଆଣିଛନ୍ତି ପାଲଟା ଅଭିଯୋଗ। ଏ ନେଇ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ମଧ୍ୟ ଅଛି। ଯାହା ସେ ଆବଶ୍ୟକ ପଡ଼ିଲେ ଗଣମାଧ୍ୟମକୁ ଦେଖାଇବେ।

“ଏହି ଘଟଣାରେ ମତେ ନ୍ୟାୟ ମିଳିବା ସହ ତନୁଶ୍ରୀଙ୍କୁ କଠୋରରୁ କଠୋର ଶାସ୍ତି ମିଳୁ,” କହିଛନ୍ତି ରାକ୍ଷୀ।

 

Comment