ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ଜେଲ୍‌ରେ ଖୋଲିବ କ୍ୟାମ୍ପ କୋର୍ଟ। ସୋମବାର ରାଜ୍ୟର ବିଭିନ୍ନ ଜେଲ୍‌ ଗୁଡ଼ିକରେ କ୍ୟାମ୍ପ କୋର୍ଟ ଖୋଲାଯିବ। ଏଥିରେ କଏଦୀମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯିବ।

ଓକିଲ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଥିବା ବେଳେ, ଜେଲ୍‌ରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବଢ଼ିଛି। କଏଦୀମାନଙ୍କ ମାମଲାର ବିଚାରପାଇଁ କ୍ୟାମ୍ପ କୋର୍ଟ ଖୋଲାଯିବ।

ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ଦେଖାଦେଇଥିବା ପରିସ୍ଥିତିକୁ ନଜରରେ ରଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କୁ କ୍ୟାମ୍ପ୍ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

 

Comment