ଓଡ଼ିଶାଲାଇଭ୍ ବ୍ୟୁରୋ

ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମ ଦିବସ। ଏହି ଏକତା ଦିବସ ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମଙ୍ଗଳବାର ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକୃତି କରିଛନ୍ତି। ସେ ଏହି ବାଲୁକାକୃତି ଦ୍ୱାରା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ବାଲୁକା ମୂର୍ତ୍ତିରେ ସୁଦର୍ଶନ ଚାରି ଟନ୍‌ ବାଲି ବ୍ୟବହାର କରିଛନ୍ତି।

ଅନ୍ୟପକ୍ଷରେ ଗୁଜରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ବିଶିଷ୍ଟ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’ ତିଆରି କରାଯାଇଛି।

Comment