ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିନକୁ ଦିନ ବଢ଼ୁଛି ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା
  • ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୩୦୨ ବୃଦ୍ଧି
  • ଏପର୍ଯ୍ୟନ୍ତ ୩୨୫ ରୋଗୀ ହସ୍ପିଟାଲରେ ଭର୍ତ୍ତି
  • ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି ୨୨ରୁ ୨୩ ଜଣ ରୋଗୀ

ମହାରାଷ୍ଟ୍ରରେ ଦିନକୁ ଦିନ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୦୨କୁ ଛୁଇଁଥିବା ଜଣାପଡ଼ିଛି। ଏହି ବିଷୟରେ ସୂଚନା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରୁ ମିଳିଛି।

ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ମୁତାବକ, ଏବେ ସୁଦ୍ଧା ୩୨୫ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେମାନଙ୍କ ମଧ୍ୟରୁ ପ୍ରାୟ ୨୨ରୁ ୨୩ ଜଣ ରୋଗୀ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି। ସେଥିପାଇଁ  ସ୍ୱାଇନ ଫ୍ଲୁର ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଇଛି।

Comment