ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳରେ ହାତୀ ମୃତ୍ୟୁ ଘଟଣା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌।

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ୩ଜଣଙ୍କୁ ଗିରଫ କରିଛି।

ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍‌ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି।

କ୍ରାଇମ୍‌ବ୍ରାଞ୍ଚଙ୍କ କହିବାନୁସାରେ, “ଏକ ବେସରକାରୀ ନିର୍ମାଣକାରୀ ସଂସ୍ଥାକୁ ଟଣା ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ତାରଟି ଭୂମିଠାରୁ ମାତ୍ର ୫ ଫୁଟ ଉଚ୍ଚତାରେ ଓହଳି ରହିଥିବାରୁ ଏହି ଅଘଟଣ ଘଟିଥିବା ଜଣା ପଡ଼ିଥିଲା।”

ଏହାପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ପୂର୍ବରୁ ମଧ୍ୟ ଏହି ଘଟଣା ପାଇଁ ବନବିଭାଗର ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ସେମାନଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଥିଲା।

ସେହିପରି ବିଦ୍ୟୁତ୍ ବିଭାଗର ଜଣେ ଅଧିକାରୀଙ୍କୁ ବହିଷ୍କାର ସହ ୩ ଜଣ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା।

Comment