ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଧନ୍‌ତେରସ୍‌। ଧନ୍‌ତେରସ୍‌ରେ ସୁନା କିଣିଲେ ଘରକୁ ମା’ ଲକ୍ଷ୍ମୀ ଆସନ୍ତି ଏବଂ ପରିବାରରେ ସୁଖଶାନ୍ତି ବଢ଼େ ବୋଲି ବିଶ୍ୱାସ ରହିଛି। ସୁନା ଦର ଉଚ୍ଚା ଥିଲେ ମଧ୍ୟ ଧନ୍‌ତେରସ୍‌ ପାଇଁ ସୁନା ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଜମୁଛି।

କିଛି ଲୋକ ଗହଣା, ସୁନାର ମୁଦ୍ରା କିଣିଥାନ୍ତି। ଆଉ କିଛି ଲୋକ ସୁନାରେ ତିଆରି ଲକ୍ଷ୍ମୀ ଗଣେଶଙ୍କ ବିସ୍କେଟ୍ କିଣିଥାନ୍ତି। ସେପଟେ ଏଥର ଧନ୍‌ତେରସ୍‌ ପାଇଁ ଗ୍ରାହକଙ୍କ ମନକୁ ଛୁଇଁବା ଭଳି ନୂଆ ନୂଆଡିଜାଇନ୍‌ର ଗହଣା ବଜାରକୁ ଆସିଛି।

ଏହାସହ ଧନ୍‌ତେରସ୍‌ରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଦୋକାନୀଙ୍କ ମଧ୍ୟରେ ଅଫର ଆଉ ଡିସ୍‌କାଉଣ୍ଟ୍‌ର ପ୍ରତିଯୋଗିତା ଦେଖିବାକୁ ମିଳିଛି। ଲକି ଡ୍ର’ର ବ୍ୟବସ୍ଥା ସହ ମେକିଂ ଚାର୍ଜରେ ଡିସ୍‌କାଉଣ୍ଟ୍‌ କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି ଦୋକାନୀ।

Comment