ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ନଭେମ୍ବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ହେବାକୁ ଯାଉଛି ମେକ ଇନ ଓଡ଼ିଶା କନକ୍ଲେଭ୍। ଏହି କନକ୍ଲେଭରେ ଯୋଗ ଦେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ୧୨ ତାରିଖରେ ଅନୁଷ୍ଠିତ ଅଧିବେଶନରେ ଏହି ଶିଳ୍ପପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମୁକେଶଙ୍କ ବ୍ୟତୀତ ଟାଟା ଗ୍ରୁପ ଅଧ୍ୟକ୍ଷ ନଟରାଜ ଚନ୍ଦ୍ରଶେଖରନ, ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ପ୍ରମୁଖ ଏହି କନକ୍ଲେଭରେ ଯୋଗଦେବେ।

ଅଗଷ୍ଟ ୮ ତାରିଖରେ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ‘‘ଇନଭେଷ୍ଟର୍ସ ମିଟ’ରେ ଯୋଗଦେଇଥିଲେ। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ପ୍ରସ୍ତୁତି ନେଇ ନିବେଶକଙ୍କ ସହ ଆଲୋଚନା କରିଥିଲେ ନବୀନ ପଟ୍ଟନାୟକ।  ନିବେଶକାରୀମାନେ ଓଡିଶା ଆସି ଶିଳ୍ପାୟନ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିବେଶକକାରୀଙ୍କୁ ଆହ୍ଵାନ ଦେଇଥିଲେ ଏବଂ ସେହିଠାରେ ମୁଖ୍ୟମନ୍ତ୍ରୀ ମୁକେଶ ଅମ୍ବାନୀଙ୍କୁ ଭେଟିଥିଲେ।

ଏଥର ମେକ ଇନ ଓଡିଶା କନକ୍ଲେଭର ଥିମ୍ ରହିଛି ‘ଆଇ ଆମ ଓଡ଼ିଶା’।

Comment