ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲାରେ ପରକୀୟା ପ୍ରୀତିର କୁପରିଣତି ଦେଖିବାକୁ ମିଳିଛି। ସେଠାରେ ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା।

କେନ୍ଦୁଝର ଜିଲ୍ଲାରେ ପରକୀୟା ପ୍ରୀତିର କୁ- ପରିଣତି ଦେଖିବାକୁ ମିଳିଛି। ସେଠାରେ ଏକ ବିଚିତ୍ର ଘଟଣା ଘଟିଛି। ଜଣେ ବିବାହିତା ମହିଳା ଜଣେ ଯୁବକଙ୍କର ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଆହତ ଯୁବକଙ୍କ ଘର ଝାରବେଡ଼ା ଗାଁରେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥାନୀୟ ପୋଲିସ କହିଛି।

ଆହତ ଯୁବକଙ୍କ କହିବା ଅନୁଯାୟୀ, ଉକ୍ତ ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଗତ ବୁଧବାର ମହିଳା ଜଣଙ୍କ ତାଙ୍କୁ ଘରକୁ ଡାକିଥିଲେ। ଯୁବକ ଜଣକ ଚେନ୍ନାଇରୁ ଆସି ରାତିରେ ଉକ୍ତ ମହିଳାଙ୍କ ପାଖକୁ ଯାଇଥିଲେ। ଏହାପରେ ମହିଳାଜଣଙ୍କ ତାଙ୍କୁ ମଦ ପିଆଇ ଥିଲେ। ସେ ଶୋଇଥିବା ଅବସ୍ଥାରେ ମହିଳା ଜଣଙ୍କ ତାଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିଲେ।

ସ୍ଥାନୀୟ ପୋଲିସ କହିବାନୁସାରେ, ଆହତ ଯୁବକଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଯୁବକ ଜଣଙ୍କ ଉକ୍ତ ମହିଳାଙ୍କ ଘରେ ପଶି ବୋଧେ ଖରାପ କାମ କରିବାକୁ ଉଦ୍ୟମ କରିଥିଲେ। ଏଣୁ ଘର ଲୋକେ ତାକୁ ଧରି ତା’ର ଗୁପ୍ତାଙ୍ଗରେ ଆଘାତ ଦେଇଥିଲୋ

Comment