ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଲିକମ୍ ସେକ୍ଟରରେ ଧୁମ୍ ମଚାଇବା ପରେ ଏବେ ଆଉ ଏକ ପାଦ ଆଗେଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ। ଜିଓ ବ୍ରଡବ୍ରାଣ୍ଡ ସହିତ ବ୍ୟାଙ୍କିଂ ସେକ୍ଟରରେ ପାଦ ଥାପିବାକୁ ଯାଉଛି ରିଲାଏନ୍ସ।

ରିଲାଏନ୍ସ ଜିଓ ସହିତ ଗ୍ରାହକମାନେ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଏହି ଆକାଉଣ୍ଟରେ ଅନ୍ୟ ବ୍ୟାଙ୍କ ଭଳି ସୁଧ ମିଳିବ।

ଆମେ ଏଠାରେ ଜିଓ ପେମେଣ୍ଟସ୍ ବ୍ୟାଙ୍କ କଥା କହୁଛୁ। କମ୍ପାନି ବର୍ତ୍ତମାନ ନିଜ କର୍ମଚାରୀଙ୍କ ସହ ପରୀକ୍ଷା ନିରୀକ୍ଷା ଜାରି ରଖିଛି। ଖୁବଶୀଘ୍ର ଏହା ସାଧାରଣ ଲୋକଙ୍କ ପାଇଁ ଲଞ୍ଚ୍ କରାଯିବ।

ଏହା ପୂର୍ବରୁ କମ୍ପାନି ଜିଓ ପେମେଣ୍ଟସ୍ ବ୍ୟାଙ୍କର ୱେବସାଇଟ୍ ଲଞ୍ଚ କରିଛି। ୱେବସାଇଟରେ ଆପଣ ସମସ୍ତ ତଥ୍ୟ ବିସ୍ତୃତ ଭାବେ ପାଇପାରିବେ। ଜିଓ ପେମେଣ୍ଟସ୍ ବ୍ୟାଙ୍କ ପାଇଁ ପୂର୍ବରୁ ଆରବିଆଇର ଅନୁମତି ମିଳିସାରିଛି।

ନଭେମ୍ବର ୨୦୧୬ରେ ଜିଓ ପେମେଣ୍ଟସ୍ ବ୍ୟାଙ୍କ ସ୍ଥାପନ ହୋଇଥିଲା। ଏସବିଆଇ ସହ ମିଶି ଜିଓ କମ୍ପାନି ଚାଲୁ ପ୍ରକ୍ରିୟା ଜାରି ରଖିଛି।

ଆକାଉଣ୍ଟ ଖୋଲିବା ପାଇଁ କମ୍ପାନି ପକ୍ଷରୁ କିଛି ନିୟମ ରହିଛି।  କେବଳ ଭାରତୀୟ ହିଁ ଏହି ଖାତା ଖୋଲିପାରିବେ। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ହିଁ ଖାତା  ଖୋଲିପାରିବେ।

ଗ୍ରାହକମାନଙ୍କୁ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ ନାହିଁ। ଜିରୋ ବାଲାନ୍ସରେ ଗ୍ରାହକମାନେ ଖାତା ଖୋଲିପାରିବେ। ଏଥିପାଇଁ କୌଣସି ଚାର୍ଜ ମଧ୍ୟ ଦେବାକୁ ପଡ଼ିବ ନାହିଁ। ଖାତା ଖୋଲିବା ପାଇଁ ଜିଓ ନମ୍ବର ଦେବାକୁ ପଡ଼ିବ ନାହିଁ।

ଏହି ଆକାଉଣ୍ଟ ନମ୍ବରରେ ଗ୍ରାହକଙ୍କୁ ଡେବିଟ୍ କାର୍ଡ ମିଳିବନି। ଯଦି ଖାତାକୁ ଅଚଳ କରିବାକୁ ଗ୍ରାହକ ଚାହିଁବେ ତାହାଲେ ଟୋଲ ଫ୍ରି ନମ୍ବର ୧୮୦୦୮୯୧୯୯୯୯କୁ କଲ୍ କରିପାରିବେ।

Comment