ଓଡ଼ିଶାଲାଇଭ୍ ବ୍ୟୁରୋ

ବିଷାକ୍ତ ସାପ କାମୁଡ଼ିଥିଲେ, କେତୋଟି ଘରୋଇ ଉପାୟକୁ ଅବଲମ୍ବନ କରିପାରିବେ। ଆସନ୍ତୁ ଜାଣିବା ସେହି ବିଷୟରେ।

ସାପ କାମୁଡ଼ିବାର ସଙ୍ଗେ ସଙ୍ଗେ ଡାକ୍ତରକୁ ନେଇ ଦେଖାନ୍ତୁ ଏବଂ ୪ ଘଣ୍ଟା ଭିତରେ ହିଁ ଚିକିତ୍ସା କରାନ୍ତୁ। ଯଦି ସାପର ନାମ ବା ରଙ୍ଗ ଜାଣିଛନ୍ତି ତେବେ ଡାକ୍ତରଙ୍କୁ ଅବଗତ କରେଇଲେ, ତାହା ଡାକ୍ତରଙ୍କ ପାଇଁ ଚିକିତ୍ସା କରିବାରେ ସହଜ ହୋଇଥାଏ। ଏଥିସହ କେତୋଟି ଘରୋଇ ଉପାୟକୁ ମଧ୍ୟ ଅବଲମ୍ବନ କରିପାରିବେ।

ଭୃସୁଙ୍ଗା ପତ୍ର

ମୁଠାଏ ଭୃସୁଙ୍ଗା ପତ୍ରକୁ କ୍ଷୀରରେ ଫୁଟେଇ ତାକୁ ସାପ କାମୁଡିଥିବା ଜାଗାରେ ଲଗେଇଲେ ଉପଶମ ମିଳିଥାଏ।

ନଡିଆ ତେଲ

ନଡିଆ ତେଲରେ ଔଷଧିୟ ଗୁଣ ଭରି ରହିଛି, ଯାହା ବ୍ୟାକ୍ଟେରିଆ ଓ ଭୂତାଣୁକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ଘା’ ଶୁଖିବାରେ ସାହାଯ୍ୟ କରିଥାଏ। ସାପ କାମୁଡ଼ିଥିବା କ୍ଷତ ସ୍ଥାନରେ ନଡିଆ ତେଲ ଲଗେଇ ବ୍ୟାଣ୍ଡେଜ ଲଗାନ୍ତୁ। ଏହାଦ୍ୱାରା ଶୀଘ୍ର ଉପଶମ ମିଳିଥାଏ।

ହଳଦୀ

ସାପ କାମୁଡିବାର ଚିକିତ୍ସା ପରେ ମଧ୍ୟ କିଛି ଜୀବାଣୁ ବ୍ୟକ୍ତିର ଶରୀରରେ ରହିଯାଇଥାଏ। ସେଥିପାଇଁ ଚିକିତ୍ସାର ମାସେ ଯାଏଁ କଞ୍ଚା ହଳଦୀ ନିଜ ଖାଦ୍ୟରେ ସାମିଲ କରିବା ଜରୁରୀ।

ବରଫ

ବରଫ ଖଣ୍ଡକୁ ସାପ କାମୁଡ଼ିଥିବା ସ୍ଥାନରେ ମାଲିସ କରନ୍ତୁ। ଏହି ପଦ୍ଧତି ବାରମ୍ବାର ଦୋହରାନ୍ତୁ। ଏପରି କରିବା ଫଳରେ ସେ ସ୍ଥାନ ଥଣ୍ଡା ହେବା ସହ ଯନ୍ତ୍ରଣା କମ୍ ହୋଇଥାଏ।

Comment