ଓଡ଼ିଶାଲାଇଭ୍ ବ୍ୟୁରୋ

heat stroke

ଖରାଦିନେ ଅଧିକ ସମୟ ସୂର୍ଯ୍ୟତାତିରେ ରହିଲେ ଶରୀରକୁ ସନଷ୍ଟ୍ରୋକ୍ ହେବାର ତଥା ଲୁ’ ଲାଗିବାର ଆଶଙ୍କା ଥାଏ। ଶରୀରରେ ଜଳୀୟ ଅଂଶର ଅଭାବ ଯୋଗୁଁ ଏପରି ହୋଇଥାଏ। ଏହା ଶରୀରକୁ ଦୁର୍ବଳ କରିଦିଏ ତେଣୁ ଖରାଦିନେ ବାହାରକୁ ଯିବା ସମୟରେ ଧ୍ୟାନ ରଖିବାକୁ ହୁଏ। ତେବେ ଲୁ’ ଲାଗିବାର କାରଣ କ’ଣ? ଏହା କ’ଣ ପାଇଁ ହୋଇଥାଏ ଏବଂ ଏହାର ଲକ୍ଷଣ କିପରି- ଏହା ଜାଣିବା ନିହାତି ଆବଶ୍ୟକ। ଏହା ଜାଣିବା ଦ୍ୱାରା ଆପଣ ସମୟ ପୂର୍ବରୁ ସତର୍କ ହୋଇପାରିବେ।

ତେବେ ଆସନ୍ତୁ ଜାଣିବା ଲୁ’ ଲାଗିବାର ଲକ୍ଷଣ କିପରି-

  • ମୁଣ୍ଡ ବିନ୍ଧିବା ତଥା ଭାରୀ ଭାରୀ ଲାଗିବା
  • ଆଖି ଲାଲ୍ ପଡ଼ିଯିବା
  • ଆଖି, ହାତ ଏବଂ ପାଦରେ ପୋଡ଼ାଜଳା ଅନୁଭବ କରିବା
  • ହୃଦସ୍ପନ୍ଦନ ହଠାତ୍ ବଢ଼ିଯିବା ଏବଂ ଶରୀରର ବିଭିନ୍ନ ଅଙ୍ଗରେ କଷ୍ଟ ଅନୁଭବ କରିବା

heat stroke-3.0

  • ଥକା ଲାଗିବା ସହ ମୁଣ୍ଡ ବୁଲାଇବା
  • ଶରୀରର ତାପମାତ୍ର ବଢ଼ିଯିବା ବା ଜର ଜର ଲାଗିବା
  • ନିଶ୍ୱସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା

କ’ଣ ପାଇଁ ଲାଗିଥାଏ ଲୁ’ ବା ହିଟ୍ ଷ୍ଟ୍ରୋକ୍-

  • ଅଧିକ ସମୟ ଖରାରେ ରହିବା
  • କମ ପରିମାଣର ପାଣି ପିଇବା

heat stroke-4

  • ଖାଲି ପେଟରେ ବାହାରକୁ ଯିବା ବା ବହୁତ ସମୟ ଯାଏଁ ଭୋକିଲା ରହିବା
  • ଅତ୍ୟଧିକ ଖରାରେ ବା ଝାଳ ବାହାରିଲେ ଥଣ୍ଡା ପାଣି/ପାନୀୟ ପିଇବା
  • ଶରୀରକୁ ଭଲଭାବରେ ଢ଼ାଙ୍କି ନ ହୋଇ ବାହାରକୁ ଯିବା
  • ସଠିକ୍ ଖାଦ୍ୟ ନ ଖାଇବା

Comment