ଓଡ଼ିଶାଲାଇଭ୍ ବ୍ୟୁରୋ

abortion pill-4

ଗର୍ଭଧାରଣ କରିବା କୌଣସି ସୌଭାଗ୍ୟଠାରୁ କମ ନୁହେଁ। କୁହାଯାଏ ମା’ ହେବା ପରେ ଗୋଟିଏ ନାରୀର ଜୀବନ ସାର୍ଥକ ହୋଇଥାଏ। କିନ୍ତୁ ଏହା ଏକ ବଡ଼ କର୍ତ୍ତବ୍ୟ ମଧ୍ୟ। ଏହି ଦାୟିତ୍ୱ ପାଇଁ ପ୍ରସ୍ତୁତ ନ ଥିଲେ ମହିଳାମାନେ ଗର୍ଭ ନଷ୍ଟ କରିଥାନ୍ତି। ଏଥିପାଇଁ ପ୍ରାରମ୍ଭିକ ସମୟରୁ ସେମାନେ ବ୍ୟବହାର କରନ୍ତି ଗର୍ଭ ନିରୋଧକ ଔଷଧ ବା ଗର୍ଭପାତ ଔଷଧ। ଏହା ଗର୍ଭଧାରଣରୁ ମୁକ୍ତି ଦିଏ ସତ କିନ୍ତୁ ଏହା ସହ ଶରୀରରେ ସୃଷ୍ଟି କରିଥାଏ ଅନେକ ସମସ୍ୟା। ଆସନ୍ତୁ ଜାଣିବା ଏହି ଔଷଧ ସେବନ ଦ୍ୱାରା କେଉଁ କେଉଁ ସମସ୍ୟା ଉପୁଜିପାରେ।

ଗର୍ଭଧାରଣରେ ସମସ୍ୟା– ଅଧିକ ପରିମାଣରେ ଗର୍ଭପାତ ଔଷଧ ସେବନ ଦ୍ୱାରା ଏହା ପ୍ରେଗ୍ନେନ୍ସି ହରମୋନ ଉପରେ ପ୍ରଭାବ ପକାଏ। ଯାହା ଦ୍ୱାରା ମହିଳାଙ୍କଠାରେ ପୁନଶ୍ଚ ଗର୍ଭଧାରଣ କରିବାରେ ବିଭିନ୍ନ ସମସ୍ୟା ଉପୁଜିବାର ସମ୍ଭାବନା ଥାଏ।

abortion pill-1

ସଂପୂର୍ଣ୍ଣ ରୂପେ ଗର୍ଭ ନଷ୍ଟ ନ ହେବା– ଅଧିକାଂଶ ସମୟରେ ଏହି ଔଷଧ ସେବନ ପରେ ମଧ୍ୟ ଗର୍ଭ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇନଥାଏ। ଏହା କିଛି ଅଂଶ ଗର୍ଭାଶୟ ମଦୟରେ ରହିଯାଏ। ଏହାକୁ ବାହାର କରିବା ପାଇଁ ସର୍ଜରୀ କରିବାକୁ ପଡ଼ିଥାଏ। ତେଣୁ ସବୁବେଳେ ନିଜ ଡାକ୍ଟରଙ୍କ ପରାମର୍ଶ ଅନୁସାରେ ଏହାକୁ ବ୍ୟବହାର କରନ୍ତୁ।

ଅଧିକ ବ୍ଲିଡିଂ ହେବା– ଏହା ବ୍ୟବହାର କରିବା ସଠିକ୍ ସମୟ ନଜାଣି ଅଧିକ ଦିନ ଯାଏ ଏହାକୁ ବ୍ୟବହାର କରିବା ଦ୍ୱାରା ମାସିକ ଋତୁସ୍ରାବ ସମୟରେ ଅଧିକ ବ୍ଲିଡିଂ ହୋଇଥାଏ। କେତେକଙ୍କ କ୍ଷେତ୍ରରେ ଏହି ବ୍ଲିଡିଂ ମାସେ ଧରି ଚାଲିଥାଏ। ଏହି ଔଷଧ ଗର୍ଭାଶୟରେ ପୋଜେଷ୍ଟିରନ୍ ହରମୋନ କ୍ଷରଣ ବନ୍ଦ କରିଦିଏ ଯାହା ଫଳରେ ଗର୍ଭାଶୟ ସଂଙ୍କୁଚିତ ହୋଇଥାଏ ଏବଂ ଅଧିକ ବ୍ଲିଡିଂ ହୋବାର ସମ୍ଭାବନା ଥାଏ।

abortion pill-3

ଅଧିକ ପେଟ ଯନ୍ତ୍ରଣା ହେବା– ଏହି ଔଷଧ ଲେବମ ଦ୍ୱାରା ଶରୀରରୁ ଲଗାତାର ବ୍ଲିଡିଂ ତଥା ଅନ୍ୟ ପଦାର୍ଥ ନିର୍ଗତ ହୋଇଥାଏ ଯେଉଁ କାରଣରୁ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୁଏ। ଏହା ସହ ଦେହ ଭଲ ଲାଗେ ନାହିଁ ଏବଂ ବାନ୍ତି ହୋଇଥାଏ।

ଦୁର୍ବଳ ଲାଗିବା– ଏହି ଔଷଧ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ ଶରୀରରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଅଧିକ ପରିମାଣରେ ଦେଖାଦିଏ। ମୁଣ୍ଡ ବିନ୍ଧା, ଥକା ଲାଗିବା, ଦୁର୍ବଳ ଲାଗିବା ସହ ଜର ମଧ୍ୟ ଆସିବାର ସମ୍ଭାବନା ଥାଏ। ତେଣୁ ଏହି ସମୟରେ ତାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।

abortion pill-2

ରକ୍ତହୀନତା– ଅଧିକ ବ୍ଲିଡିଂ ହେବା ଦ୍ୱାରା ଶରୀରରେ ରକ୍ତହୀନତା ମଧ୍ୟ ଦେଖାଦିଏ। ତେଣୁ ପୂର୍ବରୁ ଏନିମିକ ଥିବା ମହିଳାମାନେ ଡାକ୍ତରଙ୍କ ପରାମର୍ଶ ବିନା ଏହି ଔଷଧ ସେବନ କରିବା ଆଦୌ ଉଚିତ୍ ନୁହେଁ।

Comment