ଓଡ଼ିଶାଲାଇଭ୍ ବ୍ୟୁରୋ

ସିନେମାରେ ନାଗ-ନାଗୁଣୀଙ୍କ ପ୍ରେମପ୍ରଣୟ ଏବଂ ପ୍ରତିଶୋଧର ବିଭିନ୍ନ ଦୃଶ୍ୟ ଆପଣ ଦେଖିଥିବେ। ପ୍ରତିଶୋଧ ନିଆଁରେ ଜଳୁଥିବା ନାଗୁଣୀ ଯେପର୍ଯ୍ୟନ୍ତ ପ୍ରତିଶୋଧ ନନେଇଛି ସେପର୍ଯ୍ୟନ୍ତ ଶାନ୍ତିରେ ରହିପାରେ ନାହିଁ, କିନ୍ତୁ ବାସ୍ତବ ଜୀବନରେ ଏଭଳି ଘଟଣା ଶୁଣିଲେ ହୁଏତ କେହି ବିଶ୍ୱାସ କରିବେନି।

ଆଧୁନିକ ଯୁଗରେ ଲୋକଙ୍କ ମଧ୍ୟରେ ଏଭଳି ଚିନ୍ତା ରଖିବା କେବଳ ଭ୍ରମର ଏକ ରୂପ ମନାଯାଏ। କିନ୍ତୁ ଏଭଳି ଘଟଣା ଯେତେବେଳେ ସତ ହୁଏ ଲୋକଙ୍କ ମଧ୍ୟରେ ଡର ଏବଂ ଭୟର ଆଶଙ୍କା ବଢିଯିବା ସ୍ୱାଭାବିକ। ମଥୁରାରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି।

ମଥୁରାର କସବାରାୟ ନାମକ ଏକ ସ୍ଥାନରେ ଘଟିଛି ଏଭଳି ଏକ ଘଟଣା। ଯେଉଁଠି ଗୋଟିଏ କଳା ନାଗସାପକୁ ସ୍ଥାନୀୟ ଯୁବକମାନେ ପିଟିପିଟି ମାରିଦେଇଥିଲେ। ଏହାର ମାତ୍ର ୧୨ ଘଣ୍ଟା ଭିତରେ ଉକ୍ତ ଯୁବକମାନଙ୍କ ମଧ୍ୟରୁ ତିନିଜଣଙ୍କୁ ସାପ କାମୁଡ଼ି ମାରିଦେବାର ଖବର ଏବେ ସାମ୍ନାକୁ ଆସୁଛି। ଯେଉଁମାନେ ସାପ ମରିଥିବାର ସାକ୍ଷୀ ଅଛନ୍ତି ସେମାନେ ବି ଭୟରେ ରହିଛନ୍ତି। ବର୍ତ୍ତମାନ ଉକ୍ତ ସ୍ଥାନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ମୁଖ୍ୟ ଯୁବକ ହରିଓମ୍ ଯେ ପ୍ରଥମେ ନାଗ ଉପରକୁ ପ୍ରହାର କରିଥିଲେ, ବିଲରେ କାମ କରୁଥିବା ସମୟରେ ହାତରେ ସାପ ଗୁଡାଇ ହୋଇ ଯାଇଥିଲା। ସାପର ଚୋଟ ପରେ ହରିଓମଙ୍କୁ ଡାକ୍ତରଖାନା ନେବା ସମୟରେ ରାସ୍ତାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ଏହାପରେ ଅଭୟ ଏବଂ ବୈଦ୍ୟନାଥ ନାମକ ଦୁଇଜଣ ଯୁବକ ମଧ୍ୟ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ସାପ ଦଂଶନର ଶିକାର ପାଲଟିଥିଲେ। ବର୍ତ୍ତମାନ ଗାଁରେ ଏଭଳି ପରିସ୍ଥିତି ଦେଖି ଅନ୍ୟମାନେ କୋକୁଆ ଭୟରେ ରହିଛନ୍ତି। କିଛି ଲୋକ ଏହାକୁ ନାଗୁଣୀର ପ୍ରତିଶୋଧ ବୋଲି ମଧ୍ୟ କହୁଛନ୍ତି। ତେବେ ପ୍ରକୃତ ଘଟଣା କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Comment