ଓଡ଼ିଶାଲାଇଭ ବ୍ୟୁରୋ

ଶୀତଋତୁ ଆରମ୍ଭ ହେବା କ୍ଷଣି ପ୍ରଦୂଷଣର ପ୍ରକୋପ ବୃଦ୍ଧି ପାଇଥାଏ। ଏହି କାରଣରୁ ପିଲାଠୁ ବୟସ୍କ ସମସ୍ତେ ବିଭିନ୍ନ ପ୍ରଦୂଷଣ ଜନିତ ରୋଗର ଶିକାର ହୋଇଥାନ୍ତି। ଅଧିକାଂଶଙ୍କ ନିକଟରେ  ଅସ୍ଥମା(ଶ୍ୱାସ), ନିମୋନିଆ ଭଳି କେତେକ ରୋଗ ଦେଖାଯାଇଥାଏ।

ଏହିସବୁ ସମସ୍ୟାରୁ ମୁକ୍ତି ପାଇଁ ପ୍ରଚୁର ପରିମାଣର ଗୁଡ଼ ଖାଇବା ଜରୁରୀ। ଶ୍ୱାସରୋଗୀଙ୍କ ପାଇଁ  ଏହା ବେଶ୍ ଲାଭଦାୟକ। କାରଣ ଏଥିରେ ଆଣ୍ଟି ଆଲର୍ଜିକ ଗୁଣ ରହିଥାଏ।

ଅଧିକାଂଶ ଲୋକ ଭୋଜନ କରିବା ପରେ ଗୁଡ଼  ଅବଶ୍ୟ ଖାଇଥାନ୍ତି; କାରଣ ଏହା ହଜମ କରିବାରେ ସହାଯ୍ୟ କରିଥାଏ। ଏଥିସହ  ଶରୀରରେ ମେଟାବୋଲିଜିମ ବୃଦ୍ଧି କରିଥାଏ।

ଲହୁଣିରେ ଗୁଡ଼ ମିଶାଇ ଦିନକୁ ୪/୫ ଥର ଖାଇଲେ ଶରୀରରେ ଥିବା ଦୂଷିତ ତତ୍ତ୍ୱ ବାହାରକୁ ଆସିଥାଏ। ଯାହାଫଳରେ ଆପଣ ସୁସ୍ଥ ଓ ସୁନ୍ଦର ଜୀବନ ବିତାଇ ପାରିବେ।

ଏହା ବ୍ୟତୀତ ଗୁଡ଼କୁ ସୋରିଷ ତେଲରେ ମିଶାଇ ଖାଇଲେ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ମୁଖ୍ୟତଃ ପ୍ରଦୂଷଣ କାରଣରୁ ହୋଇଥାଏ।

ଗୁଡ଼ରେ  କ୍ୟାଲସିୟମ, ଫସଫରସ୍, ଆଇରନ ଅଧିକ ମାତ୍ରାରେ ରହିଥାଏ; ଯାହା ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ।

Comment