ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ୱକପ ସଙ୍ଗୀତ ଜୟ ହିନ୍ଦ୍ ହିନ୍ଦ୍ ଜୟ ଇଣ୍ଡିଆର ଭିଡିଓ ରିଲିଜ୍ ହେଲା।

ହକି ବିଶ୍ୱକପ ସଙ୍ଗୀତ ଭିଡିଓ ମଙ୍ଗଳବାର ରିଲିଜ ହୋଇଛି। ପ୍ରଶଂସକଙ୍କୁ ଏହି ସଙ୍ଗୀତଟି ବେଶ୍ ପସନ୍ଦ ଆସିଛି। କିଛି ଦିନ ପୂର୍ବରୁ ସଙ୍ଗୀତର ପ୍ରଥମ ଝଲକ ଆସିଥିଲା, ଯାହା ବେଶ୍ ଲୋକପ୍ରୟିତା ହାସଲ କରିଥିଲା।

ଏହି ଗୀତରେ ଶାହାରୁଖ ଓ ରେହମାନ ହକି ଷ୍ଟିକରେ ହୁକ୍ ଷ୍ଟେପ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଏହି ଭିଡିଓରେ ଶାହାରୁଖ ଓ ରେହମାନଙ୍କ ମଧ୍ୟରେ ତାଳମେଳ ମଧ୍ୟ ବେଶ ସୁନ୍ଦର ହୋଇଛି। ହକି ବିଶ୍ୱକପ୍ ଅବସରରେ ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ଏହି ଭିଡିଓଟି ନିୟମିତ ବାଜିବ। ଏଥିସହ ଏହି ଭିଡିଓରେ ଅନ୍ୟ କଳାକାର ମଧ୍ୟ ଅଭିନୟ କରିଛନ୍ତି।

ହକି ବିଶ୍ୱକପ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ୱର। ଏଥିସହ ଭୁବନେଶ୍ୱରବାସୀଙ୍କର ହୃଦ୍‌ସ୍ପନ୍ଦନ ମଧ୍ୟ ବଢ଼ି ବଢ଼ି ଚାଲିଛି। ଏହାଛଡ଼ା ଇତିହାସ ରଚିବାକୁ ଯାଉଛି କଳିଙ୍ଗ ଷ୍ଟାଡିୟମ। ଅପରାହ୍ନ ୫ଟା ୩୦ରେ ବିଶ୍ୱ ହକି ମହାକୁମ୍ଭର ଉଦ୍‌ଘାଟନ ଉତ୍ସବ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ହୋଇଛି।

ଏଥିସହ ଏଆର ରେହମାନଙ୍କ ସଂଗୀତ ସହ ଧକ ଧକ ଗାର୍ଲ ମାଧୁରୀଙ୍କ ନୃତ୍ୟରେ ଝୁମିବେ ଦର୍ଶକ। ପ୍ରାୟ ୧୧ ଶହ ନାମୀଦାମୀ କଳାକାରଙ୍କ ସହ ମାଧୁରୀ ନୃତ୍ୟ ପରିବେଷଣ କରିବେ। ଏହା ସହ ଦର୍ଶକଙ୍କୁ ମତୁଆଲା କରିବେ କିଙ୍ଗ ଖାନ ଶାହାରୁଖ। ହକି ବିଶ୍ୱକପରେ ୧୬ଟି ଦେଶ ଅଂଶ ଗ୍ରହଣ କରିଛନ୍ତି।

ଅପରପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଭୁବନେଶ୍ୱର ପୋଲିସ। ଖାସ୍‌ ସେଥିପାଇଁ ସୁରକ୍ଷାକୁ  ଦୃଷ୍ଟିରେ ରଖି ୭୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏଥିସହ ହକି ପାଇଁ ସଜେଇ ହୋଇଛି ରାଜଧାନୀ।

LEAVE A REPLY

Please enter your comment!
Please enter your name here