ଓଡ଼ିଶାଲାଇଭ୍ ବ୍ୟୁରୋ

ସଚିବାଳୟରେ ଗୁରୁବାର ଅନୁଷ୍ଠିତ ହୋଇଥବା ମନ୍ତ୍ରିସ୍ତରୀୟ ବୈଠକରେ ଚାଷୀ ପ୍ରସଙ୍ଗରେ ଆଲୋଚନା ହୋଇଛି।

  • ୭ରେ ପରବର୍ତ୍ତୀ ବୈଠକ
  • କୃଷକଙ୍କ ଦାବି ସମ୍ପର୍କରେ ହେବ ଆଲୋଚନା
  • ଚାଷୀ ସଙ୍ଗଠନ ଓ ବିଶେଷଜ୍ଞଙ୍କ ପରାମର୍ଶ ନେବେ ସରକାର

ସଚିବାଳୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ବୈଠକରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଭାଗୀୟ ସଚିବ ଉପସ୍ଥିତ ରହିଥିଲେ।

ଏହି ବୈଠକରେ ନବନିର୍ମାଣ କୃଷକ ସଙ୍ଗଠନର ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍‌ ‌ସମ୍ପର୍କରେ ଆଲୋଚନା  କରାଯାଇଛି।

“ନଭେମ୍ବର ୭ ତାରିଖରେ  ପରବର୍ତ୍ତୀ ବୈଠକ କୃଷି ଭବନରେ ଅନୁଷ୍ଠିତ ହେବ। ଏହି ବୈଠକରେ ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା ହେବ। ଚାଷୀ ସଙ୍ଗଠନ ଓ କୃଷି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଆଯିବ। ପରାମର୍ଶ ପରେ ମନ୍ତ୍ରିସ୍ତରୀୟ କମିଟି ନିଷ୍ପତ୍ତି ନେବ”,କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା।

Comment