ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜର ବିଜାତଳା ୩୨ ନମ୍ବର ଜୋନ ଜିଲ୍ଲାପରିଷଦ ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେଡି ବାଜିମାତ କରିଛି। ବିଜେଡିର ରଘୁନାଥ ମାଝି ୮୮୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।

୫ଟି ପଞ୍ଚାୟତ ବିଶିଷ୍ଟ ଏହି ଜୋନ ର ଭୋଟ ଗଣତି ବିଜାତଳା ବ୍ଲକ ଅଫିସରେ ଚାଲିଥିଲା। ଚୁଡାନ୍ତ ରିପୋର୍ଟ ଅନୁସାରେ ବିଜେଡିର ରଘୁନାଥ ମାଝି ୮୮୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ବିଜେପିର କୁଟୁଲୁ ହାଁସଦା ୪୬୬୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ଜେଏମଏମ ପ୍ରାର୍ଥୀ ମୀନା ସୋରେନ ୨୭୬୮ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଅଛନ୍ତି। କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି।

ବିଜେଡି ସମର୍ଥକ ଓ କର୍ମୀ ବାଣ ଫୁଟାଇ ବିଜୟ ଉଲ୍ଲାସ ମନାଇଛନ୍ତି। ବୁଥ ରିଗିଂ ଓ ବେଆଇନ ଭୋଟିଂ ଅଭିଯୋଗରେ ସକାଳୁ ବ୍ଲକ ଅଫିସ ଆଗରେ ବିଜେପି କର୍ମୀମାନେ ଧାରଣାରେ ବସିଥିଲେ। ଶେଷରେ ବିଜେପି କର୍ମୀମାନେ ନିରାଶ ହୋଇ ଧାରଣା ପ୍ରତ୍ୟାହାର କରିଛନ୍ତି।

Comment