ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଅଧିକ ଦିନ ଶାସନରେ ରହିବା ଅନୁଚିତ।

୫ଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ, ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳ ଆସିବା ପରେ ରାଜନୀତି ପାଣିପାଗ ଗରମ ହୋଇଯାଇଛି। ବିଭିନ୍ନ ରାଜନେତା ଏନେଇ ପ୍ରତିକ୍ରିୟା ରଖି ରାଜନୀତି ମାହୋଲକୁ ସରଗରମ କରୁଛନ୍ତି।

ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ”ଏହାକୁ ପରାଜୟ କହିବିନାହିଁ। ଗଣତନ୍ତ୍ରରେ ପରିବର୍ତ୍ତନ ଆବଶ୍ୟକ। ଗୋଟିଏ ଦଳ ଗୋଟିଏ ରାଜ୍ୟରେ ଅଧିକ ଦିନ ଶାସନରେ ରହିବା ଅନୁଚିତ। ଓଡ଼ିଶାରେ ବି ପରିବର୍ତ୍ତନ ଆବଶ୍ୟକ। “

କିଛିଦିନ ତଳେ ଅପରାଜିତା ଷଡ଼ଙ୍ଗୀ ଆଇଏଏସ ଚାକିରୀ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଅପରାଜିତା ବିଜେପିରେ ସାମିଲ ହେବା ପରେ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ତେବେ ୨୦୧୯ ନିର୍ବାଚନ ପୂର୍ବରୁ ମଙ୍ଗଳବାର ଆସିଥିବା ସେମିଫାଇନାଲ ରେଜଲ୍ଟ ଓଡ଼ିଶା ରାଜନୀତିରେ କ’ଣ ପ୍ରଭାବ ପକାଇବା ତାହା ସମୟ କହିବ।

Comment