ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗଲରେ ‘ଇଡିୟଟ୍‌’ ଲେଖିଲେ କାହିଁକି ଆସୁଛି ଟ୍ରମ୍ପଙ୍କ ଫଟୋ। ଖୁଲାସା କଲେ ସୁନ୍ଦର ପିଚାଇ।

ୱାଶିଂଟନ୍: ସର୍ଚ୍ଚ ଇଞ୍ଜିନ୍ ଗୁଗୁଲରେ ଯଦି ଆପଣ ଇଡିୟଟ୍‌ ଶବ୍ଦ ଟାଇପ୍ କରିବେ ଏବଂ ଇମେଜ୍ ଉପରେ କ୍ଲିକ୍ କରିବେ ତେବେ ନଜର ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଏହା ବିରୁଦ୍ଧରେ ଅଭିଯୋଗ କରି ସୁନ୍ଦର ପିଚାଇଙ୍କୁ ପ୍ରଶ୍ନ କରିଥିଲା ଯେ ଇଡିୟଟ୍ ଲେଖିଲେ ଡୋନାଲ୍ଡ ଟ୍ରମ୍ପଙ୍କ ଫଟୋ କାହିଁକି ଆସୁଛି?

ସୁନ୍ଦର ପିଚାଇ କହିଛନ୍ତି ଯେ ଏହା ଟେକ୍ନୋଲୋଜିକୁ ଆଧାର କରି ହୋଇଥାଏ। ଜାଣିଶୁଣି ଟ୍ରମ୍ପଙ୍କ ଫଟୋକୁ ଦର୍ଶାଇବା ପାଇଁ ଚେଷ୍ଟା କରାଯାଇନି। ଏଥିରେ କେହି ମନୁଷ୍ୟ ହସ୍ତକ୍ଷେପ କରିନାହାଁନ୍ତି। ପିଚାଇଙ୍କ ସୂଚନା ଅନୁସାରେ ଯେତେବେଳେ କୌଣସି ୟୁଜର କିୱାର୍ଡ ପକାନ୍ତି ସେତେବେଳେ ତାହା ଏଲ୍ଗୋରିଦମ୍‌ ଅନୁସାରେ ସେହି ୱେବପେଜ୍ ଓ ଫଟୋ ସାମ୍ନାକୁ ଆସିଥାଏ।

ପିଚାଇ କହିଛନ୍ତି କି ଗୁଗଲ ସର୍ଚ୍ଚ ଇଞ୍ଜିନକୁ ଏପରି ପ୍ରସ୍ତୁତ କରାଯାଇଛି ଯେ ଯେତେବେଳେ କୌଣସି ଶବ୍ଦକୁ ବାରମ୍ବାର ସନ୍ଧାନ କରାଯାଏ ତେବେ ସର୍ଚ୍ଚ ଇଞ୍ଜିନ୍ ସେହି କିୱାର୍ଡକୁ ଲୋକପ୍ରିୟ ଶ୍ରେଣୀରେ ସାମିଲ କରିଦିଏ। କିନ୍ତୁ ଆମେରିକା ପିଚାଇଙ୍କ ଏହି ଉତ୍ତରରେ ସନ୍ତୁଷ୍ଟ ନୁହେଁ। ପୂର୍ବରୁ ଏପରି ମଧ୍ୟ ଖବର ଆସିଥିଲା ଯେ ଟ୍ରମ୍ପ ଗୁଗଲ ସର୍ଚ୍ଚରେ ଆମେରିକା ରାଷ୍ଟ୍ରପତିଙ୍କ ଏପରି ଫଟୋ ବନାଇବା ପାଇଁ କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରିପାରେ। ଟ୍ରମ୍ପ ଏଥିପାଇଁ ସିଧା ଗୁଗଲକୁ ଦୋଷ ଦେଇଛନ୍ତି।

Comment