ଓଡ଼ିଶାଲାଇଭ ବ୍ୟୁରୋ

ବାପା ମା’ ଘରେ ନଥିବା ବେଳେ ଚାଲିଗଲା ୨ଶିଶୁଙ୍କ ଜୀବନ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନୟାକଟ ଥାନା ଅନ୍ତର୍ଗତ ମୁଣ୍ଡା ସାହିରେ। ବାପା ମା ଜମିକୁ କାମ କରିବାକୁ ଯାଇଥିବା ବେଳେ ୩ବର୍ଷର ଛୁଆ ଦୁଇଟି ଅଗଣାରେ ଖେଳୁ ଖେଳୁ ହଠାତ୍ ସେମାନେ ଗୁହାଳ ଘରେ ପହଞ୍ଚିଯାଇଥିଲେ ଆଉ ଏପଟେ ପାଳଗଦାରୁ ନିଆଁ ଲାଗି ତାହା ଗୁହାଳ ଘର ଯାଏଁ ବ୍ୟାପିଯାଇଥିଲା, ସେଥିରେ ଶିଶୁ ଦୁଇଟି ପୋଡ଼ିଯାଇଥିଲେ। ଚିତ୍କାର ଶୁଣି ଗାଁଲୋକ ଶିଶୁ ଦୁଇଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସୁଦ୍ଧା ସେମାନଙ୍କର ମୃତ୍ୟୁ ହୋଇଥିଲା

ବାଂଶପାଳ ଅଞ୍ଚଳର ଅନେକ ଲୋକ ଘଷୁରି ବ୍ୟବସାୟ କରିଥାନ୍ତି ଏବଂ ଘୁଷୁରିଙ୍କ ରହିବା ଲାଗି ଅଳ୍ପ ଉଚ୍ଚର ଗୁହାଳ କରିଥାନ୍ତି। ଗୁହାଳ ନିଚ୍ଚା ହୋଇଥିବାରୁ ଏହି ଘଟଣା ଘଟିଥିବା ଗାଁ ଲୋକେ କହୁଛନ୍ତି।

Comment