ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରବିଆଇର ଲୋଗୋରେ ବାଘ ଓ ଖଜୁରୀ ଗଛ ଛବି କାହିଁକି ଅଛି। ଜାଣନ୍ତୁ ଏହାର ଇତିହାସ

ଆପଣ କେବେ ଧ୍ୟାନ ଦେଇଛନ୍ତି କି ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋଗୋରେ ବାଘ ଓ ଖଜୁରୀ ଗଛ ଛବି କାହିଁକି ରହିଛି? ଏମିତି କେବଳ ଏହାର ସରକାରୀ ସ୍ଥିତି, ଦେଶର ଏହା ସହିତ ସମ୍ବନ୍ଧ ପ୍ରଦର୍ଶନ କରିବା ପାଇଁ ହିଁ ନୁହେଁ ବରଂ ଏହାର ସ୍ୱାଧୀନ ଏବଂ ସରକାରଠାରୁ ଆରବିଆଇର ମହତ୍ୱପୂର୍ଣ୍ଣ ଦୂରତାକୁ ବି ଦେଖାଏ।

୧୯୨୬ରେ ଭାରତରେ ବ୍ରିଟିଶ ରାଜ ବେଳେ ଆରବିଆଇର ମୂଳଦୂଆ ରଖାଯାଇଥିଲା। ଯେବେ ଭାରତୀୟ ମୁଦ୍ରା ଓ ବିତ୍ତ ପାଇଁ ରୟାଲ କମିଶନ ଏକ କେନ୍ଦ୍ରୀୟ ବ୍ୟାଙ୍କ ନିର୍ମାଣ କରିବାର ସୁପାରିଶ କରିଥିଲେ। ରୟାଲ କମିଶନ ‘ହିଲଟନ୍ ୟଙ୍ଗ କମିଶନ’ ନାଁରେ ଜଣାଶୁଣା। ୧୯୩୪ ମସିହାରେ ଆରବିଆଇ ଅଧିନିୟମ ଅଧିନରେ ଏହାକୁ କେନ୍ଦ୍ର ସରକାରର ବ୍ୟାଙ୍କ କରାଗଲା।

କେନ୍ଦ୍ରୀୟ ବ୍ୟାଙ୍କ, ମୁଦ୍ରା ଓ କ୍ରେଡିଟ୍‌ର ନିୟନ୍ତ୍ରଣକୁ ଅଲଗା କରିବା ଓ ପୂରା ଦେଶରେ ବ୍ୟାଙ୍କିଙ୍ଗ ସୁବିଧାରେ ବୃଦ୍ଧି ପାଇଁ ନିର୍ମାଣ କରାଯାଇଛି। ଦେଶର ବ୍ୟାଙ୍କର ରାଜା କୁହାଯାଉଥିବା ଆରବିଆଇର ଅଫିସିଆଲ ଲୋଗୋ ହେଉଛି ଖଜୁରୀ ଗଛ ଓ ସିଂହ। ଏହି ଛବି ଔପନିବେଶକ ଅତୀତର ଛବି ଓ ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନିର ଲୋଗୋରୁ ନିଆଯାଇଛି। ଇଷ୍ଟ ଇଣ୍ଡିଆ କମ୍ପାନିର ଲୋଗୋରେ ସିଂହ ଓ ଖଜୁରୀ ଗଛ ଥିଲା। ନୂଆ ଲୋଗୋ ବି ଏହି ପ୍ରକାରର ହେବାର ଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ, ଲୋଗୋ ତିଆରି କରିବା ସମୟରେ ଏହା ବିଚାର କରାଗଲା କି ଏହି ବ୍ୟାଙ୍କ ସରକାରୀ ହେବାର ପ୍ରତୀକ କିନ୍ତୁ ଏହାର ସରକାର ସହିତ ବେଶି ସମ୍ପର୍କ ନାହିଁ। ଏହା ସହିତ ଏହାର ଡିଜାଇନ୍ ବି ଭାରତୀୟ ହେବା ଜରୁରୀ ଥିଲା। ଏହା ପରେ ନିଷ୍ପତ୍ତିରେ ପରବର୍ତ୍ତନ କରାଯାଇ ସିଂହ ସ୍ଥାନରେ ବାଘକୁ ବ୍ୟବହାର କରାଯିବ। ବାଘକୁ ଏଥିପାଇଁ ରଖାଗଲା କି ବାଘକୁ ଜାତୀୟ ପଶୁ ଭାବରେ ଧରାଯାଏ। ସେତେବେଳେ ବାଘ ପୂରା ଦେଶରେ ଥିଲେ ଓ ସିଂହ ବିଲୁପ୍ତ ହେଉଥିଲେ।

Comment