ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଶନିବାର ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲ ମ୍ୟାଚ ଅପରାହ୍ନ ୪ଟାରେ ବେଲଜିୟମ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡ।

ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚରେ ପହଞ୍ଚିବା ପୂର୍ବରୁ ବେଲଜିୟମ ଗୁରୁବାର ଶକ୍ତିଶାଳୀ ଜର୍ମାନୀକୁ ହରାଇଥିବା ବେଳେ ଡିସେମ୍ବର ୧୨ରେ ଆର୍ଜେଣ୍ଟିନାକୁ ଇଂଲଣ୍ଡ ପରାସ୍ତ କରିଥିଲା। ସେହିପରି ଡିସେମ୍ବର ୧୨ରେ ଫ୍ରାନ୍ସକୁ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥିବାଳେ ଡିସେମ୍ବର ୧୩ରେ ଆୟୋଜକ ଭାରତକୁ ହରାଇ ନେଦରଲାଣ୍ଡ ସେମିଫାଇନାଲକୁ ଉନ୍ନୀତ ହୋଇଥିଲା।

ଚତୁର୍ଦ୍ଦଶ ହକି ବିଶ୍ୱକପର ୩୪ତମ ମ୍ୟାଚରେ ଶନିବାର ଅଷ୍ଟ୍ରେଲିଆକୁ ନେଦରଲାଣ୍ଡ ଭେଟିବ। କ୍ୱାଟରଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୨ ଗୋଲ୍‌ରେ ଇଂଲଣ୍ଡ ପରାସ୍ତ କରି ଥିବା ବେଳେ ଅଷ୍ଟ୍ରେଲିଆ ୩-୦ରେ ଫ୍ରାନ୍ସକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ନେଦରଲାଣ୍ଡ ଗୁରୁବାର ଭାରତକୁ ୨-୧ ଗୋଲରେ ପରାସ୍ତ କରି ଥିବାବେଳେ ବେଲଜିୟମ୍ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି।

ସେମିଫାଇନାଲରେ ପରାସ୍ତ ହୋଇଥିବା ୨ଟି ଟିମ୍ ଆସନ୍ତା ରବିବାର ତୃତୀୟ ସ୍ଥାନ ପାଇଁ ମୁକାବିଲା କରୁଥିବା ବେଳେ ବିଜୟୀ ଦଳ ଚାମ୍ପିଅନ୍ ଟ୍ରଫି ପାଇଁ ଲଢ଼ିବେ।

Comment