ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ବୁଧବାର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୪ଟା ୪୫ରେ ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ରାତି ୭ଟାରେ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯିବ।

ଏହି ଦୁଇ ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି ରହିଛି। ଆର୍ଜେଣ୍ଟିନା ଏବଂ ଇଂଲଣ୍ଡ  ମଧ୍ୟରେ ଖେଳାଯିବାକୁ ଥିବା ବେଶ ରୋମାଞ୍ଚକର ହେବା ଆଶା ରହିଛି। କାରଣ ପୁଲ-ଏରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିବା ସହିତ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା ଆର୍ଜେଣ୍ଟିନା। ଦୁଇ ଦଳ ମଧ୍ୟରେ ବିଜେତା ଦଳ ସିଧାସଳଖ ସେମିଫାଇନାଲ ଖେଳିବେ।

ସେହିପରି ଦ୍ୱିତୀୟ ମ୍ୟାଚ ଚଳିତ ବିଶ୍ୱକପର ସବୁଠୁ ନିମ୍ନ ମାନ୍ୟତାପ୍ରାପ୍ତ ଦେଶ ଫ୍ରାନ୍ସ ତିନି ଥରର ବିଜେତା ଅଷ୍ଟ୍ରେଲିଆ ସହିତ ଖେଳିବ। ମ୍ୟାଚ୍ ଦୃଷ୍ଟିରୁ ଅଷ୍ଟ୍ରେଲିଆ ଫେଭରେଟ ରହିଛି। ତେଣୁ ଏହି ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ହେବାର ଆଶା କରାଯାଉଛି।

Comment