ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ବିକାନେର୍ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହୁଲାସ ମଲ ଜାଙ୍ଗୀର ଜଣେ ରୋଗୀ ନିଜର ବ୍ରେନ୍ ଟ୍ୟୁମରର ଅପରେସନ୍ ସମୟରେ ପଢୁଥିଲେ ହନୁମାନ୍ ଚାଳିଶା। ଆଉ ଏହି ସମୟରେ ଡାକ୍ତର ବାହାର କଲେ ଟ୍ୟୁମର।

ମସ୍ତିସ୍କର ଏମିତି ସ୍ଥାନରେ ଟ୍ୟୁମର ହୋଇଥିଲା ଯେ ରୋଗୀଙ୍କୁ କଥା ହେବାକୁ କଷ୍ଟ ହେଉଥିଲା। ଏହା ଗ୍ରେଡ୍ -୨ ବ୍ରେନ୍ ଟ୍ୟୁମର ଥିଲା। ଏହି ସର୍ଜରୀ ମଧ୍ୟ କ୍ରିଟିକାଲ୍ ଥିଲା। କାରଣ ରୋଗୀର ବାକ୍ ଶକ୍ତି ଚାଲିଯାଇ ପାରିଥାନ୍ତା। ଏହି ଟ୍ୟୁମରକୁ ବାହାର କରିବାର ଗୋଟିଏ ବାଟ ଥିଲା ରୋଗୀକୁ ବେହୋସ୍ ନକରି ଅପରେସନ୍ କରିବା।

ଏକଥା ଶୁଣି ପ୍ରଥମେ ରୋଗୀ ଡରିଯାଇଥିଲେ। ଏପରିକି ଅପରେସନ୍ କରିବାକୁ ମନା କରିଦେଇଥିଲେ। କିନ୍ତୁ ପରେ ରାଜି ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍। ଏହି ସମୟରେ ଡାକ୍ତର ରୋଗୀ ସହ ହେଉଥିଲେ ଏବଂ ରୋଗୀ ଜଣକ ହନୁମାନ ଚାଳିଶା ପଢ଼ୁଥିଲେ। ତେବେ ସର୍ଜରୀ କଷ୍ଟ ନହେଉ ସେଥିପାଇଁ ଆନାସ୍ଥେସିଆ ଦିଆଯାଇଥିଲା ରୋଗୀକୁ।

ତେବେ ହନୁମାନ ଚାଳିଶା ପଢ଼ିବା ଦ୍ୱାରା ଏହି ଅପରେସନ୍ ଖୁବ୍ ସହଜ ହୋଇଛି ବୋଲି କହିଛନ୍ତି ଡାକ୍ତର। କାରଣ ଏହା ଦ୍ୱାରା ରୋଗୀର ଧ୍ୟାନ ଭଙ୍ଗ ହୋଇନଥିବା ବେଳେ ସହଜରେ ଅପରେସନ୍ କରି ଟ୍ୟୁମର୍ ବାହାର କରିପାରିଥିଲେ ଡାକ୍ତର। ଅପରେସନ୍ ସମୟରେ କୌଣସି ରୋଗୀ ହନୁମାନ ଚାଳିଶା ପଢ଼ିବା ଭାରତରେ ଏହା ପ୍ରଥମ ମାମଲା। ହନୁମାନ ଚାଳିଶା ପଢ଼ିବା ସମୟରେ ଡାକ୍ତର ମଧ୍ୟ ସାହାଯ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here